No Result
View All Result
୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା :- ଶ୍ରୀରାମ କୃପା ସତସଙ୍ଗ ଓ ହଜ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସପ୍ତଦୋଳ ପଡିଆ ପ୍ରାଙ୍ଗଣରେ ଆରମ୍ଭ ହୋଇଛି ଷୋଡବିଂଶତମ ବାର୍ଷିକ ଶ୍ରୀରାମ ଚରିତ ମାନସ ଓ ନବାହ୍ନ କାର୍ଯ୍ୟକ୍ରମ | ଏହି ଅବସରରେ ଦୈନିକ ସକାଳୁ ସଞ୍ଜ ପର୍ଯ୍ୟନ୍ତ ୧୦୮ ହନୁମାନ ଚାଳିଶା ସହ ଯଜ୍ଞ, ହୋମାଦୀ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଅଛି |
ଅନୁରୂପଭାବେ ପାରମ୍ପରିକ ରୀତିରେ ଗୋପୂଜା, ସୂର୍ଯ୍ୟପୂଜା ଆଦି କାର୍ଯ୍ୟମାନ ଅନୁଷ୍ଠିତ ହେଉଅଛି | ସେହିପରି ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରୁ ସାଧୁ, ସନ୍ଥ ଓ ପ୍ରବଚକମାନେ ଯୋଗଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ କଥାମୃତ ସମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମମାନ ଚାଲୁରହିଛି |
ଏହି କଥାମୃତ ଶୁଣିବା ସହ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ନିମନ୍ତେ ଶହଶହ ସଂଖ୍ୟାରେ ଶ୍ରେତା ଓ ଭକ୍ତଙ୍କ ସୁଅ ଛୁଟୁଛି | ହରିବୋଲ, ହୁଳହୁଳି ସହ ନାମସଂକୀର୍ତ୍ତନରେ ଉକ୍ତ ସ୍ଥାନରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି | ଏହି କାର୍ଯ୍ୟକ୍ରମର ଆସନ୍ତା୧୪ ତାରିଖ ଦିନ ପୂର୍ଣ୍ଣାହୂତି ଦିବସ ହୋଇଥିବାରୁ ଶହଶହ ସଂଖ୍ୟାରେ ଶ୍ରୀରାମ ଭକ୍ତ ଉପସ୍ଥିତ ରହି ପ୍ରଭୁକୃପା ଲାଭ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି | 
No Result
View All Result