No Result
View All Result
୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ସିଭିଲ କୋର୍ଟ ପରିସରରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ତାଳୁକା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ବରିଷ୍ଠ ଦେୱାନୀ ବିଚାରପତି ଅବକାଶ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜେଏମଏଫସି ବିଚାରପତି ବନଜା ମହାନ୍ତି, ଓକିଲ ସଙ୍ଘ ସଭାପତି ମୁକ୍ତିରମ ସାବତ ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି ଅବସରରେ ମହିଳା ମାନଙ୍କ ଅଧିକାର ଓ ସେମାନେ ସ୍ୱାବଲମ୍ବୀ ହେଲେ ଦେଶର ପ୍ରଗତି ହେବ ବୋଲି ଅତିଥି ବକ୍ତବ୍ୟ ରଖିଥିଲେ। କାଯ୍ୟକ୍ରମରେ ଓକିଲ ସଙ୍ଘ ଉପ ସଭାପତି ଜଗତ ମୋହନ ସାହୁ, ସରକାରୀ ଓକିଲ ଦ୍ବିତିକୃଷ୍ଣ ସାବତ, ରାମଚନ୍ଦ୍ର ମହାପାତ୍ର,
ତ୍ରିମଲ ରାଓ ପାତ୍ର, ଶିବରାମ ପଣ୍ଡା ,ନିରଞ୍ଜନ ସାହୁ, ଟୁନାସେଠୀ ,ଜିତେନ୍ ପ୍ରହରାଜ, ମହେନ୍ଦ୍ର କୁମାର ପାତ୍ର ପ୍ରମୁଖ ଆଇନଜୀବୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। କାଯ୍ୟକ୍ରମରେ ଓକିଲ ସଙ୍ଘ କୋର୍ଟ ଷ୍ଟାଫ ସହଯୋଗ କରିଥିଲେ।
No Result
View All Result