No Result
View All Result
୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :-> ସଦର ଥାନା ଅଧୀନ ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାଯତ ଛାଛୁଣିଆ ଗ୍ରାମରେ ଏପରି ଘଟଣା ଘଟିଛି। ବଳରାମ ଦାସଙ୍କ ଅଭିଯୋଗ ଅନୁସାରେ, ବୁଧବାର ରାତିରେ ଗ୍ରାମର ଯୁବକ ସଙ୍ଘ ଘରେ ସେ ଓ ତାଙ୍କ ସାଙ୍ଗ ଶୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ବୁଲେଟ ମଟର ସାଇକଲକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି ।
ବିଳମ୍ବିତ ରାତିରେ ଗ୍ରାମର ଟୁଲା ପାତ୍ର ଓ ଟୁଲାଙ୍କ ପରିବାର ବିଭିନ୍ନ ମାରଣାସ୍ତ୍ର ଧରି ଯୁବକ ସଙ୍ଘ ଗୃହ ବାହାରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । କବାଟକୁ ମାରଣାସ୍ତ୍ରରେ ହାଣିଥିଲେ। କବାଟ ନ ଖୋଲିବାରୁ ସଙ୍ଘ ଗୃହ ବାହାର ଥୂବା ବୁଲେଟ (ନଂ ଓଡି ୩୪ ଜି ୬୩୫୯)କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ନିଆଁରେ ବୁଲେଟଟି ସମ୍ପୂର୍ଣ ଜଳି ଯାଇଛି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
No Result
View All Result