No Result
View All Result
୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଞ୍ଚଳ ବି. ନୂଆଁଗଡ଼ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଗପ ଶୁଣିବା ଓ କହିବା, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ପ୍ରଶାନ୍ତ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡିତ ଓ ସମାଜସେବୀ ସୁବାସ ଚନ୍ଦ୍ର ଗୌଡ଼ ପ୍ରମୁଖ ମଞ୍ଚସିନ ଥିଲେ ।
ଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ଓ କଥନ ଶକ୍ତିର ବିକାଶ ପାଇଁ ଗପ ଶୁଣିବା ଓ କହିବା, ବୈଜ୍ଞାନିକ ଚିନ୍ତାଧାରା ଓ ସଂଖ୍ୟାଜ୍ଞାନର ଅଭିବୃଦ୍ଧି ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ବୋଲି ଅତିଥି ମାନେ ଅଭିମତ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟର ସାମୁହିକ ବିକାଶରେ ଉତ୍ସାହିତ କରିଥିବା ବିଦ୍ୟାଳୟର ୩ ଜଣ ପୁରାତନ ଛାତ୍ର ବିଭୂତି ପଟ୍ଟନାୟକ, ସଦାନନ୍ଦ ଗୌଡ଼ ଓ ରାଜା ଗୌଡ଼ଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ପରେ କୃତୀ ଶିକ୍ଷାର୍ଥୀଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ଡି. ଗୌରୀ ଓ ଅମିତା ପାଢ଼ୀ ସହଯୋଗ କରିଥିଲେ ।
No Result
View All Result