
ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) କୋରାଇ :- ଛାଡିଯାଇଛି ଲଘୁଚାପ ବର୍ଷା । ଥମିଯାଇଛି ବୈତରଣୀ ନଦୀରୁ ବନ୍ୟା । ହେଲେ ଗତକାଲି ସନ୍ଧ୍ୟାରେ ରେଙ୍ଗାଲି ଡ୍ୟାମରେ ଗେଟ ଖୋଲିଦିଆଯିବା ଫଳରେ ବ୍ରାହ୍ମଣୀର ଶାଖାନଦୀ ଖରସ୍ରୋତାରେ ବନ୍ୟା ଆସି କୂଳଲଙ୍ଘିଛି । ଫଳରେ ଏହିନଦୀ କୂଳରେଥିବା କୋରାଇ ବ୍ଲକ ତଣ୍ଡରା ପଂଚାୟତର ବରେଇ, ତଣ୍ଡରା ଓ ଫିରୋଜାବାଦ, ଗୋଲେପୁର ପଂଚାୟତର ବଡତ୍ରିଲୋଚନପୁର, ମସୁଦପୁର, କେଉଟୁଲଗୁଆଁ, ପରଦେଶୀଗଡିଆ, ତେଲିଆ, ସାନବିରୁଆଁ, ଗୋଳେଇପୁର, ହାଟସାହି, ମିର୍ଜାପୁର, ସୋତି ଓ ଖାନନ୍ଦରାପୁର, ବଡବିରୁଆଁ ପଂଚାୟତର ବନମାଳିପୁର, କୈବର୍ତସାହି, ଆମ୍ବତୋଳା, ବେଙ୍ଗମାଧବପୁର ଓ ବଡବିରୁଆଁ ଆଦି ଗାଁ ଗୁଡିକ ବ୍ୟାପକ ଭାବେ ଜଳପ୍ଲାବିତ ହୋଇଥିଲା ବେଳେ ଖମଣ ପଂଚାୟତର ନାହାଁନ୍ଦା, ନାଉଡପୁର ଓ ନୂଆପାଟଣା ଆଦି କେତେକ ଗାଁ ଅନେକାଂଶରେ ପ୍ରଭାବିତ ହୋଇଛି ।

ବନ୍ୟାପ୍ଲାବିତ ବିପନ୍ନ ଅଂଚଳକୁ ଆଜି ପୂର୍ବାହ୍ଣରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରାଇ ବିଧାୟକ ଅଶୋକ କୁମାର ବଳ, ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ ବୋଟରେ ଯାଇ ବିପନ୍ନଙ୍କ ନିକଟରେ ପହଂଚି ସ୍ଥିତି ପରଖିବା ସହ ଶୁଖିଲା ଓ ରନ୍ଧା ଖାଦ୍ୟ ମଧ୍ୟ ବଂଟନ କରିଥିଲେ । ସେମାନଙ୍କ ସହ ବିଜୁଜନତା ଦଳର ଜିଲାଯୁବ ସଭପତ ପ୍ରତାପ କୁମାର ମହାନ୍ତି, କୋରାଇ ବ୍ଲକ ବିଜଡେି ସଭାପତି ଭକ୍ତବତ୍ସଳ ସ୍ୱାଇଁ, ଯୁବନେତା ତାରକେଶ୍ୱର ମହାନ୍ତି, ମାନସ ମହାନ୍ତି, କାର୍ତିକ ସାହୁ, ପ୍ରଦୀପ ମହାନ୍ତି, ରାକେଶ ମହାନ୍ତି ପ୍ରମୁଖ ଦଳୀୟ କର୍ମକର୍ତା ବିପନ୍ନଙ୍କୁ ଦଳୀୟ ରିଲିଫ ପ୍ରଦାନରେ ସହାୟତା କରିଥିଲେ ।
ସେହିପରି ବିଜେପିର କୋରାଇ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ, କୋରାଇ ବ୍ଲକ ଅଧ୍ୟକ୍ଷା ମାଳତୀ ଟୁଡୁ, ଯୁବନେତା ପ୍ରକାଶ ଧଳ, ବିକ୍ରମକେଶରୀ ବିଶ୍ୱାଳ, ବଡବିରୁଆଁ ସମିତିସଭ୍ୟ ପ୍ରମୋଦ କୁମାର ସାହୁ, ଜୟନ୍ତୀ ସାହୁ ପ୍ରମୁଖ ଦଳୀୟ କର୍ମୀଙ୍କୁ ନେଇ ଗତକାଲି ବୈତରଣନୀ ବନ୍ୟାରେ ବିପନ୍ନ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନକରିଥିଲା ବେଳେ ଆଜି ମଧ୍ୟ ଖରସ୍ରୋତାନଦୀ ବନ୍ୟା ବିପନ୍ନଙ୍କ ପାଖରେ ପହଂଚି ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁ ମଧ୍ୟ ବୈତରଣୀ ଓ ଖରସ୍ରୋତା ବନ୍ୟା ବିପନ୍ନଙ୍କ ପାଖରେ ପହଂଚିଥିଲା ବେଳେ ପିସିସିର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା ମଧ୍ୟ ବିପନ୍ନଙ୍କ ନିକଟରେ ପହଂଚି ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଅନ୍ୟପକ୍ଷରେ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା, ତହସିଲଦାର ଶରତ କୁମାର ମହାପାତ୍ର, ଏବିଡିଓ ଜ୍ଞାନେନ୍ଦ୍ର ନାୟକ, ବ୍ଲକଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସମତେ ସମସ୍ତ ପିଓ, ଜିଆରଏସ ସାମିଲ ହୋଇଥିଲେ । ପ୍ରଶାସନ ପକ୍ଷରୁ ଗତକାଲି ବୈତରଣୀ ବନ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା ବେଳେ ଆଜି ମଧ୍ୟ ଖରସ୍ରୋତା ବନ୍ୟା ଅଂଚଳକୁ ଯାଇ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ ।
ବିପନ୍ନଙ୍କ ସାହାଯ୍ୟ ପାଇଁ ୩ଟି ବୋଟ କାର୍ଯ୍ୟକ୍ଷମ କରାଯାଇଥିଲା ବେଳେ ଗୋଟିଏ ଓଡ୍ରଫଟିମ ମଧ୍ୟ ନଦୀପଠାରେ ସଜାଗ ରହିଛି । ସେହିପରି ଗତକାଲି ବୈତରଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଜନଜୀବ ବ୍ୟାପକ କ୍ଷୟକ୍ଷତି ସାଧିତ ହୋଥିଲା । ଏହିନଦୀ କୂଳରେ ଅବସ୍ଥିତ କୋରାଇ ବ୍ଲକର ମକୁନ୍ଦପୁର ପଂଚାୟତର ମଥୁରାପୁର, ମକୁନ୍ଦପୁର, ନିସଙ୍ଗପୁର, ଜଳପତିପୁର, ଓଷଳା, ଜାଗୁଳେଇଗଡିଆ, ବିରୁଡି ଓ ସୋଲପଟା, ବନ୍ଦାଳୋ ପଂଚାୟତର ଘନଶ୍ୟାମପୁର ଶାସନ, ହନୁମାନ ପାଟଣା. ସୁନ୍ଦରପୁର, ଦୁଲାଖାପାଟଣା, ଜମୁନାପାଟଣା, ରାଉତପଡ଼ା, ଗମ୍ଭାରିଆ, ବାଲିଆପାଳ ଓ ଗୋରଖପୁର, ଅସନଝର ପଂଚାୟତର ରଘୁପର, ରାମକୃଷ୍ଣ ପୁର, ବେଲଦା ଓ ଅସନଝର, ରଣପୁର ପଂଚାୟତର ସାଆଁଳା, ରଣପୁର, ମୋହୁଲିଆ, ସାମପୁର ଓ ଚିଙ୍ଗୁଡିପୁର, ଗୌରପୁର ପଂଚାୟତର ତୁଳସିପୁର, ଗୌରପୁର, ନୟାହାଟପାଟଣା, ସାହାସପୁର, ମଙ୍ଗଳପୁର ଓ ଇଛାପୁର, କରଦା ପଂଚାୟତର ରାଣିଗୋଡା, କରଦା ଓ ଭକଣ୍ଡାରୀ, ମୂଳାପାଳ ପଂଚାୟତର ଶାଳବା ଗାଁ ପ୍ରଭୁତି ବନ୍ୟା ଜଳରେ ଜଳପ୍ଲବିତ ହୋଇଛି ।
ଏହି ବିପନ୍ନ ଲୋକଙ୍କ ନିକଟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ବାବୁ) ଓ କୋରାଇ ବିଧାୟକ ଅଶୋକ କୁମାର ବଳଙ୍କ ସମେତ ଜିଲାପାଳ ରଞ୍ଜନ କୁମାର ଦାସ, ଡିଆଇପିଆରଓ ସନ୍ତୋଷକୁମାର ସେଠୀଙ୍କ ସମେତ ବ୍ଲକ ପ୍ରଶାସନ ଅଧିକାରୀମାନେ ପହଂଚି ବିପନ୍ନଙ୍କ ସ୍ଥିତି ପରଖିବା ସହ ରିଲିଫ ସାମଗ୍ରୀ ବଂଟନ କରିଥିଲେ । ଏଥିସହିତ ପୂର୍ବତ ବ୍ଲକ ଅଧ୍ୟକ୍ଷ ଭିକାରୀ ବରାଳ, ବରୁଣ୍ଡାଇ ସରପଂଚ ସୌଭାଗ୍ୟକୁମାର ମହାନ୍ତି, ସମିତିସଭ୍ୟା ଜୟନ୍ତୀ ସାହୁ ପ୍ରମୁଖ ବିଭିନ୍ନ ରାଜନୈତିିକ ଦଳର କମକର୍ତା ଓ ସ୍ୱେଛାସେବୀ ମାନେ ପହଂଚି ବିପନ୍ନଙ୍କୁ ସହାୟତା କରିବା ସହ ରିଲିଫ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ବୈତରଣୀ ଦନୀ ଜଳ ପ୍ରବାଭରେ ଅମୃତିଆ, ବରୁଣ୍ଡାଇ, ପାଣିକୋଇଲି ଆଦି ପଂଚାୟତର କେତେକ ଗାଁ ମଧ୍ୟ ପ୍ରଭାବିତ ହୋଇଛି । ବନ୍ୟା ଜଳ ବିତ୍ପାତ ହେବା ଫଳରେ ଘରଦ୍ୱାର, ରାସ୍ତାଘାଟ, ଚାଷଜମି ଜଳବନ୍ଦିରେ ରହିଛି । ଏଥିରେ କୋରାଇ ବ୍ଲକର ବହୁ କ୍ଷୟକ୍ଷତି ସାଧିତ ହେବା ସହ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ( ରଶ୍ମିରେଖା ମଲ୍ଲିକ ରିପୋର୍ଟ )



















