No Result
View All Result
୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ନିକଟସ୍ଥ ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ରାଇକିଆ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ରାଇକିଆ ପଞ୍ଚାୟତ ସାହିର ଦିନେଶ ନାୟକ (୨୮) । ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ କୌଣସି କାରଣ ବଶତଃ ଖସି ଯାଇ ପାଣିରେ ପଡି ଯାଇ ତାଙ୍କର ମୃତ୍ୟୁ ଘଟିଥିଲା ।
ସେଠାରେ କୌଣସି ଲୋକ ନ ଥିବାରୁ ତୁରନ୍ତ ତାଙ୍କୁ କେହି ବି ଉଦ୍ଧାର କରି ପାରି ନ ଥିଲେ। ଆଖପାଖ ଲୋକେ ଗାଧୋଇଆସିବା ସମୟରେ ଦେଖି ସଙ୍ଗେ ସଙ୍ଗେ ରାଇକିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
No Result
View All Result