No Result
View All Result
୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଇନ୍ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଟ୍ସ ଅଫ ଇଣ୍ଡିଆ (ଆଇସିଏମ୍ଏଆଇ)-ଭୁବନେଶ୍ୱର ଚାପ୍ଟର ଏବଂ ଟିକସ ଗବେଷଣା ବିଭାଗ, ଆଇସିଏମ୍ଏଆଇ-କୋଲକାତାର ମିଳିତ ସହଯୋଗରେ “ଟିକସ ପରିଚାଳନା ଏବଂ ବିବାଦକୁ ଏଡାଇବା” ବିଷୟ ସମ୍ପର୍କୀତ ଦୁଇ ଦିନିଆ ସମ୍ମିଳନୀ (ଟ୍ୟାକ୍ସ କନ୍କ୍ଲେଭ) ଚଳିତ ମାସ ୮ ଓ ୯ ତାରିଖରେ ଆଇସିଏମ୍ଆର-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ହେଉଅଛି । ଏହି ସମ୍ମିଳନୀ କଷ୍ଟ ଆଣ୍ଡ୍ ମ୍ୟାନେଜମେଣ୍ଟ ଆକାଉଟାଣ୍ଟ୍ ଓ ଅଂଶୀଦାରମାନଙ୍କ ବୃତ୍ତିଗତ ଦକ୍ଷତାକୁ ସୁଦୃଢ କରିବା ସହ ବର୍ତ୍ତମାନର ବ୍ୟବସାୟିକ ପରିପ୍ରେକ୍ଷୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଉପରେ ବିଶେଷ ଧ୍ୟାନ ପ୍ରଦାନ କରିବ ।
ଏଥିରେ ଦୁଇଟି ଉଦ୍ଘାଟନୀ ଅଧିବେସନ ଓ ୪ଟି ବୈଷୟିକ ଅଧିବେସନ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ଅବସରରେ ଟ୍ୟାକ୍ସ କ୍ଷେତ୍ରରେ ନୂତନ ସଂଶୋଧନ ଓ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କରେ ଗୁରୁତ୍ୱାରୋପ କରାଯିବ । ଏଥିରେ ଟ୍ୟାକ୍ସ ଏକ୍ସପର୍ଟ, କର୍ପୋରେଟ୍ ନେତା ଓ ସରକାରୀ ଅଧିକାରୀମାନଙ୍କ ସମେତ ଜାତୀୟ ସ୍ତରରେ ପ୍ରସିଦ୍ଧ ପ୍ୟାନେଲିଷ୍ଟମାନେ ମଧ୍ୟ ଯୋଗ ଦେବେ ଯେଉଁମାନେ ଟିକସ ପରିଚାଳନା ଓ ବିବାଦ ସମାଧାନ ପ୍ରଣାଳୀର ସର୍ବୋତ୍ତମ ମାଧ୍ୟମ ଉପରେ ଆଲୋଚନା କରିବେ । ଏହି ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ଭୁବନେଶ୍ୱରର ସିଏମ୍ଏ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।
ଏଥିରେ ସିଏମ୍ଏ ରମେଶ ଚନ୍ଦ୍ର ପାତ୍ର, ଚେୟାରମ୍ୟାନ୍,ଆଇସିଏମ୍ଏଆଇ, ଭୁବନେଶ୍ୱର ଚାପ୍ଟର, ସିଏମ୍ଏ ଦାମୋଦର ମିଶ୍ର, ସେକ୍ରେଟାରୀ, ଆଇସିଏମ୍ଏଆଇ-ଇଆଇଆର୍ସି, କୋଲକାତା, ସିଏମ୍ଏ ବରଦା ପ୍ରସନ୍ନ ନାୟକ, ସେକ୍ରେଟାରୀ ଆଇସିଏମ୍ଏଆଇ-ଭୁବନେଶ୍ୱର ଚାପ୍ଟର, ସିଏମ୍ଏ ସୈାମ୍ୟ ରଞ୍ଜନ ଜେନା, ଚେୟାରମ୍ୟାନ୍, ପିଡି କମିଟି, ସିଏମ୍ଏ ଅବିନାଶ କୋଟ୍ନି , କୋଷାଧ୍ୟକ୍ଷ ଏବଂ ଚେୟାରମ୍ୟାନ୍, ସିସି ଆଣ୍ଡ୍ ଏସ୍ଏଫ୍ କମିଟି, ଶୁଭାଶିଷ ସାହୁ, ସଦସ୍ୟ, ମ୍ୟାନେଜିଂ କମିଟି ପ୍ରମୁଖ ଯୋଗ ଦେଇଥିଲେ । ସାରା ଦେଶରୁ ବିଭିନ୍ନ କର୍ପୋରେଟ୍ ଲିଡର, ଶିଳ୍ପ ସଂଘ, ସରକାରୀ ବିଭାଗ, ସିଏମ୍ଏ ବୃତ୍ତିଗତ ଏମଂ ଅନ୍ୟାନ୍ୟ ବୃତ୍ତିଗତ ସଂସ୍ଥାର ୪୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଆଶା କରାଯାଉଛି ।
No Result
View All Result