• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
March 6, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
Share on FacebookShare on TwitterWhatsapp

୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ଭୁବନେଶ୍ୱର :- ବିଜୁ ବାବୁ ଥିଲେ ଓଡିଶାର ପଥ ପ୍ରଦର୍ଶକ।ବିଜୁ ବାବୁଙ୍କ ପ୍ରତ୍ୟେକଟି ପଦକ୍ଷେପ ଆମକୁ ପ୍ରେରଣା ଦେଉଛି।ଓଡିଶା ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ ଏବଂ ତାକୁ ପୂରଣ କରିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଓଡିଶାର ଶିଳ୍ପାୟନ, ମହିଳା ମାନଙ୍କ ସଶକ୍ତିକରଣ ଥିଲା ତାଙ୍କର ସ୍ୱପ୍ନ।ବିଜୁ ବାବୁଙ୍କ ସ୍ୱପ୍ନ ଓ ଆମ ସରକାରଙ୍କ କାର୍ଯ୍ୟକ୍ରମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ବିଜୁ ବାବୁ ସମୃଦ୍ଧ ଓଡିଶା ଗଠନ ପାଇଁ ଚିନ୍ତା କରିଥିଲେ। ଆଜି ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି। ବିଜୁ ବାବୁ ଓଡିଶା ପାଇଁ ଯେଉଁସବୁ ସ୍ବପ୍ନ ଦେଖିଥିଲେ, ତାକୁ ଆମ ସରକାର ପୂରଣ କରିବ ବୋଲି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ଶିଳ୍ପ କ୍ଷେତ୍ରକୁ ବହୁତ ପ୍ରାଧାନ୍ୟ ଦେଉଥିଲେ।ସେ ନିଜେ ଅନେକ କାରଖାନା ପ୍ରତିଷ୍ଠା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁ ଗୁଡିକୁ ସରକାରଙ୍କୁ ଦେଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଧହୁଏ ଏଭଳି ନିଷ୍ପତ୍ତି ନେବାରେ,ସେ ଥିଲେ ବିଶ୍ବର ଏକମାତ୍ର ବ୍ୟକ୍ତିତ୍ବ। ଓଡିଶାକୁ ଶିଳ୍ପ କ୍ଷେତ୍ରରେ, ପଞ୍ଚାୟତିରାଜ କ୍ଷେତ୍ରରେ, ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଚିନ୍ତାଧାରା ଥିଲା ଅନନ୍ୟ।ଆଜି ଆମ ସରକାର ବିଜୁ ବାବୁଙ୍କ ସେହି ପଥକୁ ଅନୁସରଣ କରୁଛି।ତାଙ୍କ ମାର୍ଗରେ ପରିଚାଳିତ ହୋଇ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ବପ୍ନକୁ ସାକାର କରିବାକୁ ଯାଉଛୁ । ଗାଁର ବିକାଶରେ ରାଜ୍ୟର ବିକାଶ ଏହା ଥିଲା ବିଜୁ ବାବୁଙ୍କ ମତ। ସେଥିପାଇଁ ସେ ନାରା ଦେଇଥିଲେ,ଗାଁ କୁ କାମ,ମା’କୁ ସମ୍ମାନ।ଯଦି ବିଜୁ ବାବୁଙ୍କ ଏହି ଉକ୍ତି ଉପରେ ସଠିକ୍ କାମ ହୋଇଥାନ୍ତା, ତେବେ ଆମେ ନିଶ୍ଚିତ ଭାବେ ବହୁ ଆଗକୁ ଯାଇପାରି ଥା’ନ୍ତେ ଏବଂ ଗାଁର ଅର୍ଥନୀତି ସୁଦୃଢ ହୋଇପାରି ଥା’ନ୍ତା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଯେଉଁମାନେ ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରଚାର କରୁଥିଲେ, ସେମାନେ ଏହାକୁ ବାସ୍ତବରେ କାର୍ଯ୍ୟକାରୀ କଲେ ନାହିଁ। ଆଜି ଆମେ ଗାଁର ବିକାଶ ପାଇଁ ଯାହା ଆବଶ୍ୟକ, ତାକୁ ସବୁ କରୁଛୁ ଏବଂ ଆଗାମୀ ଦିନରେ ମଧ୍ୟ କରିବୁ।ଏଥିପାଇଁ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା କାର୍ଯ୍ୟକାରୀ କରାଯାଇ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନା ଜରିଆରେ ବିଜୁ ବାବୁଙ୍କ ଗାଁର ବିକାଶ ସ୍ବପ୍ନ ପୂରଣ ହୋଇପାରିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛୁ।ଆଗାମୀ ଦିନରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାକୁ ଆମର ଉଦ୍ୟମକୁ ଆହୁରି ଯୋରଦାର କରାଯାଇ ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରାଯିବ।

ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଜୁ ବାବୁଙ୍କ ଦୃଢ ବିଶ୍ବାସ ଥିଲା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ପଞ୍ଚାୟତ ପ୍ରତିନିଧି ବା ସରପଞ୍ଚ ମାନଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ଦୃଷ୍ଟିରେ ଦେଖୁଥିଲେ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ଭଙ୍ଗା ଘଟଣା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ଘଟଣା ଉପରେ ସରକାର ପଦକ୍ଷେପ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି । ବିଜୁ ବାବୁଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘କଳିଙ୍ଗ ଫୁଟବଲ କପ୍’ପୁନର୍ବାର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ବିଜୁ ବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ ଜାରି ରହିବ ବୋଲି କହିଥିଲେ । ଏହି ଅବସରରେ ବିଜୁ ବାବୁଙ୍କ ଜୀବନୀ ସଂପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହ ଦେଓ ବିଜୁ ବାବୁଙ୍କ ସହିତ ତାଙ୍କର ବ୍ୟକ୍ତିଗତ ରାଜନୈତିକ ଅନୁଭବକୁ ବର୍ଣ୍ଣନା କରି କହିଥିଲେ ଯେ ବିଜୁ ବାବୁ ସବୁବେଳେ ତୃଣମୂଳ ସ୍ତରର ଲୋକଙ୍କ ସେବା କରିବା ଉପରେ ଗୁରୁତ୍ବ ଆରୋପ କରୁଥିଲେ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ଯେ ବିଜୁ ପଟ୍ଟନାୟକ ଏକ ନାଁ ନୁହେଁ,କିମ୍ବା ଗୋଟିଏ ଅନୁଷ୍ଠାନ ନୁହେଁ, ସେ ଥିଲେ ଅନେକ ଅନୁଷ୍ଠାନର ସମାହାର । ତାଙ୍କ ନୀତି ଓ ଆଦର୍ଶକୁ ଆମେ ସମସ୍ତେ ଅନୁସରଣ କରିବା ଆବଶ୍ୟକ। ବିଜୁ ବାବୁଙ୍କ ସ୍ମୃତିଚାରଣ କରି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଲେ ଯେ ପ୍ରତିକୂଳ ପରିସ୍ଥିତିରେ ଜୀବନର ଅନେକ ଆହ୍ବାନର ସମ୍ମୁଖୀନ ହୋଇ ବିଜୁ ବାବୁ ନିଜ ପାଇଁ ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଥିଲେ ।

ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଜୁ ବାବୁ ଯେଉଁ ଉଦ୍ୟମ କରିଥିଲେ,ତାର ତୁଳନା ନାହିଁ। ଆଜିର ନୂଆ ସରକାର ମଧ୍ୟ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ନିଷ୍ଠାର ସହିତ କାମ କରୁଛି । ଓଡିଶାର ବିକାଶ ପାଇଁ ବିଜୁ ବାବୁ ଯେଉଁ ମୂଳଦୁଆ ପକାଇଥିଲେ, ଆଜିର ସରକାର ସେସବୁକୁ ଆଗେଇ ନେବା ପାଇଁ ଉଦ୍ୟମ କରି ଠିକ୍‌ ରାସ୍ତାରେ ଅଗ୍ରଗତି କରୁଛି ବୋଲି ଶ୍ରୀ ଘଡାଇ କହିଥିଲେ । ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ଓଡିଶାରେ ମହିଳା ମାନଙ୍କୁ ରାଜନୀତିକୁ ଆଣିବାରେ ବିଜୁ ବାବୁଙ୍କର ଶ୍ରେଷ୍ଠ ଅବଦାନ ରହିଛି ବୋଲି ସେ କହିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ ସିଂହ ସ୍ବାଗତ ଭାଷଣ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ର କ୍ରେଡିଟ୍ ପ୍ରାପ୍ତିକୁ ସରଳ କରିବା ସହ ସିବିଲ ସ୍କୋର ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : ରାଜ୍ୟପାଳ ହରି ବାବୁ କମ୍ଭମପତି

August 13, 2026

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

Panchaa Comes Home: Ramraj Cotton Revives Odisha’s Santhali Weave and Transforms the Livelihoods of Mayurbhanj’s Tribal Women Weavers Through a Contemporary Dhoti

August 12, 2026
ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

August 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ର କ୍ରେଡିଟ୍ ପ୍ରାପ୍ତିକୁ ସରଳ କରିବା ସହ ସିବିଲ ସ୍କୋର ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : ରାଜ୍ୟପାଳ ହରି ବାବୁ କମ୍ଭମପତି

August 13, 2026
Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

August 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version