No Result
View All Result
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବୁଧବାର ପଞ୍ଚାୟତ ଓ ମ୍ୟୁନିସିପାଲଟି ସ୍ତରୀୟ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାଙ୍ଗୀ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ହିତାଧିକାରୀ ମାନେ କାର୍ଯ୍ୟଳୟ ସମ୍ମୁଖରେ ସମବେତ ହୋଇ ସହର ପରିକ୍ରମା କରି ସଚେତନତାକରିଥିଲେ ।
ରାଜ୍ୟ ସରକାରଙ୍କ ପ୍ରଯୋଜିତ ଏହି ନୂତନ ଯୋଜନାରେ ମହିଳା ମାନେ ଅଧିକରୁ ଅଧିକ ସାମିଲ ହୋଇ ଯୋଜନାରୁ ଆର୍ଥିକ ସହାୟତା ପାଇବା ପାଇଁ ପ୍ଲାକାର୍ଡ ଧରି ସଚେତନ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ଉତ୍ସବର ଅଂଶ ସ୍ୱରୂପ ସ୍ଥାନୀୟ ସହର ଓ ଗ୍ରାମାଞ୍ଚଳ ରେ ସୁଭଦ୍ରାଙ୍କ ପଦକ୍ଷେପ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ପ୍ରଭାବକୁ ସ୍ମରଣ କରିବା ପାଇଁ ଏହା ଉଦ୍ଧିଷ୍ଟ ବୋଲି ସିଡ଼ିପିଓ ମତ ପ୍ରକାଶ କରିଥିଲେ । ଅନୁରୂପ ଭାବେ ପ୍ରତ୍ୟେକ ପଞ୍ଚାୟତରେ ରାଲୀ ଆୟୋଜନ କରି ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
No Result
View All Result