No Result
View All Result
ସମୁଦି-ସମୁଦୁଣୀଙ୍କ ଶବ ସ୍ବର୍ଗଦ୍ୱାରର 2ଟି ଜୁଇରେ ଜଳିଲା
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଇଂରାଜୀ ଖବର କାଗଜ ‘ଦି ପାଓନିଅର’ ଜିଲ୍ଲା ପ୍ରତିନିଧି ଶ୍ରୀ ସରୋଜ କୁମାର ମିଶ୍ରଙ୍କ ମାତା ଉଷାରାଣୀଙ୍କର ବିୟୋଗ ପୁରୀ ଲୋକନାଥ ରୋଡ଼ସ୍ଥିତ ବାସଭବନରେ ମଙ୍ଗଳବାର ସନ୍ଧ୍ୟା ସାଢେ 7 ସମୟରେ ହୋଇଯାଇଛି l ମତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ହୋଇଥିଲା l ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସରୋଜ, ଶିଶିର, ସମୀର ଓ ଝିଅ ପ୍ରମୋଦିନୀ, ଜୋଇଁ ଦେବଶିଷ, ପୁତ୍ରବଧୂ ଗୀତା, ସୁଜାତା, ମାନସ୍ବିନୀ ଓ ସମସ୍ତ ନାତିନାତୁଣୀଙ୍କ ବ୍ୟତୀତ ପୁରୀର ଅନେକ ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପର୍ଣ ହୋଇଥିବା ବେଳେ ବଡ଼ ପୁଅ ସରୋଜ ମୁଖାଗ୍ନି ଦେଇଥିଲେ l
ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ବିଡମ୍ବନାର ବିଷୟ ଯେ ସ୍ବର୍ଗତ ଉଷାରଣୀଙ୍କ ମଝିଆ ପୁଅ ଶିଶିରଙ୍କର ଶଶୁର ପାରଳାଖେମୁଣ୍ଡି ବାସଭାବନରେ ଅପରାହ୍ନ 2ଟା ସମୟରେ ମୃତ୍ୟୁବରଣ କରିଥିଲେ l ଶିଶିର ଶଶୁରଙ୍କ ଶବ ସତ୍କାର ପାଇଁ ଭୁବନେଶ୍ୱରରୁ ପୁରୀ ଆସୁଥିବା ବେଳେ ଦୟାନଦୀ ନିକଟରେ ବୋଉର ମୃତ୍ୟୁ ଖବର ପାଇଥିଲେ l ଶେଷରେ ସମୁଦି ଓ ସମୁଦୁଣୀଙ୍କ ଶବ ସ୍ୱର୍ଗଦ୍ୱାରର ଦୁଇଟି ଜୁଇରେ ଜଳି ଉଠିଥିଲା l
No Result
View All Result