No Result
View All Result
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଖୋର୍ଦ୍ଧା, ଜଟଣୀ ଓ ପିପିଲିକୁ ନେଇ ପ୍ରସ୍ତୁତ ହେଉଛି ଗ୍ରେଟର ଭୁବନେଶ୍ବରର ମାଷ୍ଟର ପ୍ଲାନ । ନୂଆ ସହରରେ ସାମିଲ ହେବ ୩୭୪ଟି ଗାଁ । ପ୍ରାରମ୍ଭିକ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୨୦୦ କୋଟି । ପୁରୀ, କୋଣାର୍କ ଓ ପାରାଦୀପକୁ ଯୋଡ଼ିବାକୁ ଯୋଜନା । ୨୦୩୬ ବିକଶିତ ଓଡ଼ିଶା ଅଭିଯାନ ନେଇ ତିଆରି ହେବ ଗ୍ରେଟର ଭୁବନେଶ୍ୱର। ପୁରୀ, କୋଣାର୍କ, ଭୁବନେଶ୍ୱର, କଟକ,
ଗ୍ରେଟର ହେବ ଭୁବନେଶ୍ବର
ତିଆରି ହେବ ଗ୍ରେଟର ଭୁବନେଶ୍ବର
ମିଶିବ ପୁରୀ, କୋଣାର୍କ, କଟକ, ଖୋର୍ଦ୍ଧା, ପାରାଦୀପ
ଭୁବନେଶ୍ବର ସହ ମିଶି ହେବ ବଡ଼ ସହର
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା
ସମସ୍ତ ସହରକୁ ସଂଯୋଗ କରିବା ପାଇଁ ରିଙ୍ଗ ରୋଡ୍ ହେବ
ଭୁବନେଶ୍ଵରର ଅନେକ ଜାଗା BMCରେ ମିଶିନାହିଁ
ଟାଉନ୍ ପ୍ଲାନିଂ ସ୍କିମ୍ରେ ପ୍ରଥମେ BMCରେ ସଂଯୋଗ କରାଯିବ
ଏନେଇ ସମୀକ୍ଷା ବୈଠକ ସରିଥିବା ନେଇ ମନ୍ତ୍ରୀଙ୍କ ସୂଚନା
ଖୋର୍ଦ୍ଧା ଓ ପାରାଦୀପ କୁ ମିଶାଇ ତିଆରି ହେବ ବଡ ସହର । ସମସ୍ତ ସହର କୁ ସଂଯୋଗ କରିବା ପାଇଁ ରିଙ୍ଗ ରୋଡ ହେବ। ଟାଉନ୍ ପ୍ଳାନିଂ ସ୍କିମ୍ ରେ ପ୍ରଥମେ ଭୁବନେଶ୍ଵରରେ ମିଶିବ ଭୁବନେଶ୍ୱର ଉପକଣ୍ଠ ର ଅନେକ ସ୍ଥାନ । ଯାହାକୁ ନେଇ ଗ୍ରେଟର ଭୁବନେଶ୍ୱର ପ୍ଲାନ୍ ହେଉଚି । ସରିଛି ସମୀକ୍ଷା ବୈଠକ । ଗ୍ରେଟର ଭୁବନେଶ୍ବର ଯୋଜନାରେ କ୍ୟାପିଟାଲ ରିଜିଆନ ରିଙ୍ଗରୋଡ ଖୋର୍ଦ୍ଧା ରାମେଶ୍ବରଠାରୁ ଟାଙ୍ଗି କଟକ ପର୍ଯ୍ୟନ୍ତ ନିର୍ମାଣ ହେବ ।
୧୧୧ କିଲୋମିଟରର ଏହି ରିଙ୍ଗ ରୋଡ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୬ ହଜାର କୋଟି ଟଙ୍କା । ୩ ବର୍ଷରେ ଏହି ପ୍ରକଳ୍ପ କାମ ସରିବ ବୋଲି ଭୁବନେଶ୍ବର ସାଂସଦ କହିଛନ୍ତି। ଖୋର୍ଦ୍ଧାରେ ମଧ୍ୟ 128 କୋଟି ଟଙ୍କାର ବାଇପାସ୍ ରୋଡ କାମ ଚାଲିଛି ତାହା ଖୁବଶୀଘ୍ର ଲୋକାର୍ପଣ ହେବ । ଗ୍ରେଟର ଭୁବନେଶ୍ବରରେ ରହିବ ଅତ୍ୟାଧୁନିକ ଭିତ୍ତିଭୂମି । ଡ୍ରେନେଜ୍, ସ୍ବରେଜ୍ ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ମାଷ୍ଟର ପ୍ଲାନ୍ ।
No Result
View All Result