୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ବର :- ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ରାଲି କଂଗ୍ରେସ ଭବନରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଯୁବ କଂଗ୍ରେସ କର୍ମୀମାନେ ସରକାରୀ ଚାକିରି ବିକିରି ଉପରେ ରୋକ୍ ଲଗାଇବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଘେରାଉ କରିଥିଲେ । ଏହି ପରିପ୍ରେକ୍ଷିରେ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ର କହିଛନ୍ତି ଯେ ଆଗାମୀ ମାର୍ଚ୍ଚ ୮ ଓ ୯ ତାରିଖରେ ଓଡ଼ିଶା ପୁଲିସ୍ ଏସ୍.ଆଇ.
ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ନିଯୁକ୍ତି ପାଇଁ ଆଇ.ଟି. ଆଇ.ଏ.ଏଲ ମାଧ୍ୟମ ଯେଉଁ ଠକ କମ୍ପାନୀ ରିଜ୍ମାଇଣ୍ଡ ଡିଜିଟାଲ ପ୍ରାଇଭେଟ୍ ଲିମିଟେଡ୍କୁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ସେଥୁରେ ଅଧୂକାଂଶ ପଦବୀ ଖୋଲାଖୋଲି ବିକ୍ରି ହୋଇଯିବ । କାରଣ ଏହି କମ୍ପାନୀର କଳାକାରନାମା ସଂପର୍କରେ ଦେଶବାସୀ ଜାଣନ୍ତି । ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଦାୟିତ୍ବ ମଧ୍ଯ ସେହିଭଳି ଏକ ଠକ କମ୍ପାନୀ ରଞ୍ଜିତ ବିଲ୍ଡକନ୍କୁ ଦିଆଯାଇଛି ।
ଶ୍ରୀ ପାତ୍ର କହିଛନ୍ତି ଯେ ଯୁବ କଂଗ୍ରେସ ସବୁବେଳେ ସରକାରୀ ନିଯୁକ୍ତିରେ ଦୁର୍ନୀତିରେ ଶିକାର ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ପାଇଁ ସଂଗ୍ରାମ କରି ଆସୁଛି । ଏହି ପରୀକ୍ଷା ଆୟୋଜନ ପୂର୍ବରୁ ଅଧୂକାଂଶ ପଦବୀ ବିକ୍ରୀ ହେବାପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇ ସାରିଛି । ITI Ltd. ଓଡ଼ିଶା ପୋଲିସର ଏହି ନଯୁକ୍ତି ପାଇଁ ଟେଣ୍ଡର ହାସଲ କରିଥିଲା । ଗତବର୍ଷ କ୍ୟାଣ୍ଡିଡେଟ ପିଛା ୨୬୬ ଟଙ୍କାରେ ଟେଣ୍ଡର ଫାଇନାଲ ହୋଇଥିବା ବେଳେ ଏବର୍ଷ କପରି ୨୪୭ ଟଙ୍କାରେ I
TI Ltd. ଓଡ଼ିଶା ସରକାରଙ୍କ ଠାରୁ ଏହି ଟେଣ୍ଡର ପାଇଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଦରଦାମ ୭ ପ୍ରତିଶତ ବଢ଼ିଥିବା ବେଳେ, ପରୀକ୍ଷାର ବିଭିନ୍ନ ଉପକରଣ କ୍ରୟ କ୍ଷେତ୍ରରେ କିପରି ଏହା ଭରଣା ହୋଇପାରିବ । ଗତବର୍ଷ ଅପେକ୍ଷା ଏବର୍ଷ ୬.୪ ପ୍ରତିଶତ କମ ହାରରେ ଟେଣ୍ଡର ଫାଇନାଲ ହୋଇଛି । ITI Ltd. ଏକ ପିଏସୟୁ, ଯେଉଁ ସଂସ୍ଥା ଏହି ପରୀକ୍ଷା ପରିଚାଳନା କରିବାପାଇଁ Richmind Digital Pvt. Ltd. ଭଳି ଏକ କମ୍ପାନୀକୁ ସବ କଂଟ୍ରାକ୍ଟ ଦେଇଛି ।
\