No Result
View All Result
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ବିରିଡି ବ୍ଲକ ବିଜେଡି ପକ୍ଷରୁ ପ୍ରବlଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ 109 ତମ ଜୟନ୍ତୀ ଉଚ୍ଛବ ବୁଧବାର ବିରିଡି ବିଜୁଭବନ ଠାରେ ପାଳିତ ହୋଇଯାଇଛି l ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର କୁମାର ରାଉଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତ୍ରି୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଯୋଗଦେଇଥିଲେ l ସେ କହିଲେ ପ୍ରବାଦ ପୁରୁଷ ବିଜୁ ବାବୁ ଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡିଶା ର ନିର୍ମାତା, ଦିନ ଦୁଃଖୀର ଆଶା ଓ ଭରସା, କିମ୍ବଦନ୍ତୀ ପୁରୁଷ, ଭୂମି ପୁତ୍ର, ଏ ମାଟିର ସୁଯୋଗ୍ୟ ସନ୍ତାନ l
ତାଙ୍କ ଦ୍ୱାରା ଓଡ଼ିଶାର ବହୁବିଧ ଉନ୍ନତି ହୋଇଥିଲା ତେଣୁ ସେ ଆଜି ଆମର ଚିର ନମସ୍ୟ ସେ ଯେଉଁ ବିଜେଡି ଦଳ ଗଠନ କରିଯାଇଛନ୍ତି ତାକୁ ସୁଦୃଢ କରି ରଖିବାକୁ ହେଲେ ଆମେ ସମସ୍ତେ ନିଜ ନିଜ ଭିତରେ ଭେଦ ଭାବ ମନ ମାଳିନ୍ୟ ଭୁଲି ଏକ ହୋଇ ରହିବା ଦଳକୁ ଆହୁରି ସୁଦୃଢ କରିବା l କାରଣ ଅମାସହିତ ବହୁ ଜନପ୍ରତିନିଧି, ଜିଲ୍ଲାପରିଷଦ, ବ୍ଲକ ଅଧ୍ୟକ୍ଷା ଶେଷରେବହୁ ବିଜେଡି ତୁଙ୍ଗ ନେତା ମୁଁ ନିଜେ ବିଧାୟକ ତୁମ ମାନଙ୍କ ସାଥିରେ ଅଛୁ l
ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲାସଭାପତି ରବିନାରାୟଣ ଜେନା, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ବରିଷ୍ଠ ବିଜେଡି ନେତା ନୃସିଂହ କୁମାର ଦାଶ, ନେତ୍ରା ନନ୍ଦ ପାତ୍ର, ପବିତ୍ର କୁମାର ପଶାୟତ, ଆତ୍ମା ର ଅଧ୍ୟକ୍ଷ ପ୍ରତାପ ବେହେରା ଅକ୍ଷୟ କୁମାର ଦାସ, କାଳନ୍ଦୀ ଚରଣ ବସ୍ତିଆ ରବୀନ୍ଦ୍ର ସାହୁ, ମୀର ଆଜମୀର ଅଲ୍ଲୀ ଙ୍କ ସହ ସମସ୍ତ ଜନପ୍ରତିନିଧି ଶତାଧିକ ବିଜେଡି କର୍ମୀ ଯୋଗଦେଇ ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ପ୍ରାରମ୍ଭରେ ବିଧାୟକ ଓ ବରିଷ୍ଠ ନେତା ମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ ଜଗତସିଂହପୁର ଜିଲ୍ଲାର ସ୍ରଷ୍ଟା ସ୍ବର୍ଗତ ବିଷ୍ଣୁ ଦାସ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ପରେ ସମସ୍ତେ ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ l
No Result
View All Result