No Result
View All Result
୦୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗୀ :- ଟାଙ୍ଗୀ କାଳୁପଡା ଘାଟ ରାସ୍ତାରେ ଯାଉଥିବା ବେଳେ ବଡ଼ ଶଙ୍ଖ ଠାରେ ପୁଣି ବଡ଼ ଶଙ୍ଖ ନେଲା ଆଉ ଜଣେ ଯୁବକଙ୍କ ଜୀବନ। ବଡ଼ ଶଙ୍ଖ ରେ ପିଟି ହୋଇ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଜଣେ ମା ର କୋଳ ହୋଇଗଲା ଶୂନ୍ୟ । ଗତ କାଲି ରାତିରେ ଘଟିଛି ଦୁର୍ଘଟଣା. ଗତ କାଲି ରାତିରେ ଟାଙ୍ଗୀ ବ୍ଲକ ବଡ଼ ପୋଖରୀଆ ଗ୍ରାମର ସୌମେନ୍ଦ୍ର ପାଇକରାୟ ୨୪ ବର୍ଷ ଏକ ବାଇକ ରେ ବଡ଼ ପୋଖରୀଆ ରୁ କାଳୁପଡା ଘାଟ ଅଭିମୁଖେ ଯାଉଥିଲେ।
ଟାଙ୍ଗୀ କାଳୁପଡା ଘାଟ ରାସ୍ତାରେ ଯାଉଥିବା ବେଳେ ବଡ଼ ଶଙ୍ଖ ଠାରେ ମୋଡଣୀ ରାସ୍ତା ଥିବାରୁ ବାଇକ ତି ଭାରସାମ୍ୟ ହରାଇ ବଡ଼ ଶଙ୍ଖ ପୋଲ ର ବାଡରେ ପିଟି ହୋଇଥିଲା।ଫଳରେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଯୁବକ ଜଣକ ସେଠାରେ ରକ୍ତ ଜୁଡୁ ବୁଦୁ ଅବସ୍ଥାରେ ପଡି ରହିଥିଲେ। କେତେକ ପରୋପକାରୀ ସ୍ଥାନୀୟ ଯୁବକ ସେଠାରେ ପହଁଚି ଦୁର୍ଘଟଣା ରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ମୃତ ଘୋଷଣା କରାଯାଇଛି।ମୃତ ଯୁବକଙ୍କ ନାମ ସୌମେନ୍ଦ୍ର ପାଇକରାୟ. ୨୪ ବର୍ଷ ଘର ବଡ଼ ପୋଖରୀଆ ବୋଲି ଜଣା ପଡିଛି। ଯୁବକଙ୍କ ଅକାଳ ମୃତ୍ୟରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।ଟାଙ୍ଗୀ ପୋଲିସ ଦୁର୍ଘଟଣା ଗ୍ରସ୍ତ ବାଇକ କୁ ଜବତ କରି ତଦନ୍ତ କରୁଛି।ଗତ ୩ମାସ ମଧ୍ୟରେ ବଡ଼ ଶଙ୍ଖ ଠାରେ ଦୁର୍ଘଟଣା ଘଟି ୫ ରୁ ଅଧିକ ଜୀବନ ଯାଇଥିବା ଜଣା ପଡିଛି l

No Result
View All Result