No Result
View All Result
୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ଚିଲିକା ସଙ୍ଗୀତ ନାଟକ ଏକାଡେମୀ ,ବାଲୁଗାଁ ର ଶିଶୁ କଳାକାର ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ବତ ସଭା ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ପ୍ରଦୋଷ କୁମାର ଦାସ, ସମ୍ମାନିତ ଅତିଥି ଭାବେ ସୁଲେଖିକା ଲକ୍ଷ୍ମୀ ପ୍ରିୟା ପଟ୍ଟନାୟକ, ବିଶିଷ୍ଟ ସଙ୍ଗୀତଜ୍ଞ ଅଜିତ କୁମାର ମିଶ୍ର, ବରିଷ୍ଠ କଳାକାର ଲଳିତ କୁମାର ପଣ୍ଡା,
ନାଟ୍ୟ କାର ଅଶୋକ କୁମାର ପ୍ରଧାନ, ସାମ୍ବାଦିକ ଅଖିଳ କୁମାର ପଲେଇ ପ୍ରମୁଖ ଯୋଗଦେଇ ଶିଶୁ କଳାକାର ମାନେ ଗତ ବିଶ୍ଵ ନାଟ୍ୟ ମେଳା ରେ ପାଇଥିବା ପ୍ରମାଣପତ୍ର, ଆଓ୍ୟାର୍ଡ ଆଦି ସେମାନଙ୍କୁ ବ୍ୟକ୍ତିଗତ ଭାବେ ବଣ୍ଟନ କରି ସ୍ଵତନ୍ତ୍ର ଭାବେ ସମ୍ମାନିତ କରିଥିଲେ । ସୂଚନାଯୋଗ୍ୟ ଯେ ଗତ ୨୦୧୫ ଵିଶ୍ଵନାଟ୍ୟ ମେଳା ରେ ଚିଲିକା ସଙ୍ଗୀତ ନାଟକ ଏକାଡେମୀ, ବାଲୁଗାଁ କୁ ଜାତୀୟ ସ୍ତରରେ ୨ୟଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଅପୂର୍ଭା ସାହୁ,
୩ୟ ଶ୍ରେଷ୍ଠ ଯୈ।ଥ ପୁରସ୍କାର ମାନ୍ୟମୟୀ ସାଈପ୍ରିୟା, ହଂସିନୀ ପଣ୍ଡା ଙ୍କୁ ମିଳିଥିଲା । ଆନୁଷ୍ଠାନିକ ଭାବେ ଏହି ପୁରସ୍କାର ଓ ଆଓ୍ୟାର୍ଡ ସମବେତ ଅଂଶ ଗ୍ରହଣ କାରୀ ଶିଳ୍ପୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିଲା । ଅନୁଷ୍ଠାନ ର ସମ୍ପାଦିକା ସୁନିତା ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀମତୀ ସୁଜାତା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।
No Result
View All Result