
ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ବରୀ :–କରୋନା ମହାମାରୀ ର ଭୟ ମନରୁ ଯାଇନଥିବା ସ୍ଥଳେ, ବନ୍ୟା ର ତାଣ୍ଡବଲୀଳା ଦେଖିବାକୁ ମିଳିଛି ବରୀ ନିର୍ବାଚନ ମଣ୍ଡଳୀ ରେ। ବରୀ ବିଧାୟିକା ଙ୍କ ପ୍ରତିନିଧି ତଥା ବରୀ ବିଜୁ ଜନତା ଦଳର ମାର୍ଗଦର୍ଶକ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ,
ବିଜୁ ଯୁବ ଜନତା ଦଳର ବରୀ ବ୍ଲକ ସଭାପତି ଶ୍ରୀଯୁକ୍ତ ରଞ୍ଜନ ପଣ୍ଡା ମହୋଦୟ ଏହି ଅସମୟରେ ବନ୍ୟା ବିପନ୍ନ ଲୋକଙ୍କ ନିକଟରେ ପହଞ୍ଚି ସଚେତନ କରିବା ସହ ନଦୀ ବନ୍ଧ ପାର୍ଶ୍ୱ ରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ
ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ କୁ ଯିବା ସହ ଭୟଭୀତ ନହେବା ପାଇଁ ନିବେଦନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ସେହିପରି ବରୀ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଝାଲପଡା ପଞ୍ଚାୟତ ର କାକୁଡିକୁଦ ର ଜଳବନ୍ଦୀ ଅଞ୍ଚଳରୁ ଓଡ୍ରାଫ ଟିମ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜରିରଖିଛନ୍ତି । ( ରିପୋର୍ଟ ସ୍ୱୟଂ ପ୍ରକାଶ ଦାଶ )



















