No Result
View All Result
୨ ମାର୍ଚ୍ଚ ୨୦୨୫ (ଓଡିଶା ତାଜା ନିୟୁଜ ) ଜଗତସିଂହପୁର :- ଶିବାନନ୍ଦ ଶିକ୍ଷା ଓ ସଂସ୍କୃତି ସଂସ୍କୃତି ସଂସଦ ଅଣଖିଆ ର ଦୂତୀୟ ବାର୍ଷିକ ଉତ୍ସବ ରବିବାର ଅଣଖିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଝଙ୍କଡ଼ ସାହିତ୍ୟ ସଂସଦର ସମ୍ପାଦକ ଗୋଲଖ ବିହାରୀ ପଲାଇ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କବିତା ପାଠ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା ବିଶେଷକରି ଆଲୋଚନା ଚକ୍ରରେ “ଆମେ ଭଲ କରିବା ଭଲ ହୋଇବା ” ଶୀର୍ଷକ ଆଲୋଚ୍ୟର ବିଷୟ ହୋଇଥିଲା l
ଅଥିତିଥି ମାନେ କହିଲେ ପ୍ରଥମେ ନିଜେ ନିଜକୁ ଭଲ ପାଅ l ନିଜକୁ ଭଲ ପାଉଥିବା ଲୋକ ସଂସାରକୁ ଭଲ ପାଇବ ଏବଂ ଭଲ କହିବ ଭଲର ସଂଜ୍ଞା ହେଉଛି ଭଗବାନକୁ ଲୟ ରଖ l ଭ ର ଅର୍ଥ ଭଗବାନ ଲ ର ଅର୍ଥ ଲୟ ଅର୍ଥାତ ଭଗବାନଙ୍କୁ ଲୟ ରଖିଲେ ସେ ବ୍ୟକ୍ତି ସମସ୍ତଙ୍କୁ ଭଲପାଇବ l ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିତି ଭାବେ ପ୍ରଜ୍ଞା ଶିରୋମଣି ଅନୁଷ୍ଠାନ ବିଦ୍ୟାଧର ପୁର ର ପ୍ରତିଷ୍ଠାତା ଡ଼ଃ ସୁଧାକର ଦାସ, ମୁଖ୍ୟ ବକ୍ତା ଭାବେ ନାଇଜର ର କୁଳପତି ଡ. ଅଭୟ କୁମାର ନାୟକ,
ସମାନନୀୟ ଅତିଥିତି ଭାବେ ନବ କାକଳି ର ସମ୍ପାଦକ ଡ଼. ସୁରେନ୍ଦ୍ର ନାଥ ତ୍ରିପାଠୀ, ଡ଼. ଅକ୍ଷୟ କୁମାର ମିଶ୍ର l ଅନୁଷ୍ଠାନର ସମ୍ପାଦିକା କବୟିତ୍ରୀ ପ୍ରିୟତମା ସାହୁ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ ଝଙ୍କଡ ସାହିତ୍ୟ ସଂସଦର ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ, କବିତା ପାଠକୁ ସଂଯୋଜନା କରିଥିଲେ ଝଙ୍କଡ଼ କନ୍ୟା କବୟିତ୍ରୀ ସବିତା ନାୟକ ଓ ପ୍ରତିଭା ମିଶ୍ର l
ଉପସ୍ଥିତ କବି କବୟିତ୍ରୀ ମାନେ ନିଜ ନିଜ କବିତା ଆବୃତ୍ତି କରିଥିଲେ l ସମ୍ପାଦିକା ପ୍ରିୟତମା ସାହୁ ଙ୍କ କବିତା ସଂକଳନ “ଝିକି ମିକି ଆମେ ତାରା ଫୁଲ “କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ଉଚ୍ଛବରେ କବି କବୟିତ୍ରୀ ଓ କୃତି ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା l ଶେଷରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ସାହୁ ଧନ୍ୟ ବାଦ ଦେଇଥିଲେ l
No Result
View All Result