No Result
View All Result
୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :-> କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୧୦ ଗୋଟିପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ ପାଇଁ ଦାବିରେ ଜିଲ୍ଲାପାଳଙ୍କୁ ଭେଟି ଆଲୋଚ଼ନା କରାଯାଇଛି। ପରିଷଦ ପକ୍ଷରୁ କୁହାଯାଇଛି ୨୦୦୯ ମସିହାରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସମୟରେ ୟରେ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀର ୧୦ ଗୋଟି ପଞ୍ଚାୟତକୁ ଆଳି ଥାଳି ନିର୍ବାଚନ ମଣ୍ଡଳୀରେ ସାମିଲ କରାଯାଇଥିଲା ।
ଏବେ ସେହି ୧୦ ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ୍ ଗଠନ ସହିତ ସିଙ୍ଗିରି ଠାରେ ବ୍ଲକ୍ ମୁଖ୍ୟାଳୟ ଖ୍ୟାଳୟ ସ୍ଥାପନ କରିବା ପାଇଁ ପରିଷଦର ସଦସ୍ୟ ବ୍ରଜସୁନ୍ଦର ଭୂୟାଁ ଦାବି କରିବା ସହିତ ରାଜସ୍ୱମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୫ ହଜାରରୁ ଉର୍ଦ୍ଧ୍ବ ଦସ୍ତଖତ ଥିବା ଦାବିପତ୍ର ପ୍ରଦାନ କ କରିଛନ୍ତି ।
ଦଶ ପଞ୍ଚାୟତ ବିକାଶ ପରିଷଦର ସଂପାଦକ ସୁମନ୍ତ ରାଉତ, ଚଣ୍ଡୀଆଗଡି ସରପଞ୍ଚ ସନାତନ ସାହୁ, ସିଙ୍ଗିରି ପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ଦାସ,ସୁଧୂର ଚନ୍ଦ୍ର ମହାନ୍ତି, ଅଭୟ କୁମାର ସାହୁ, ଅଶୋକ କୁମାର ରାଉତ, ଗୋଲେଖ ଚନ୍ଦ୍ର ସାହୁ, ପ୍ରସନ୍ନ ସାହୁ, ଅନାଦି ଦାସ ପ୍ରମୁଖ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ।
No Result
View All Result