ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ଢେଙ୍କାନାଳ :– ଜିଲ୍ଲାରେ ଆଜି ଆଉ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୦ ଜଣ ସୁସ୍ଥ ହୋଇଛନ୍ତି । ଆଜିର ମୁନସିପାଲଟି ଅଂଚଳର ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ଲକ୍ଷ୍ମୀ ବଜାର ଓ ଜେଲ୍ କଲୋନୀରୁ ୭ ଲେଖାଏଁ,ଟାଉନ୍ ପ୍ଲାନିଙ୍ଗ୍ ରୁ ୪,ହାଟରୋଡରୁ ୨ ଏବଂ କାଞ୍ଚନ ବଜାର, ଚନ୍ଦନ ବଜାର, ରାଧାକୃଷ୍ଣ ବଜାର ଓ ଓ କୋରିଆଁରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନ ଏନ୍ ଏ ସି ର ୱାର୍ଡ ନଂ-୭ରୁ ୬ଜଣ,ୱାର୍ଡ ନଂ-୧ରୁ ୪ଜଣ, ଏବଂ ୨ ଓ ୬ ନଂ ୱାର୍ଡରୁ ଜଣେ ଲେଖାଏଁ ଚିହ୍ନଟ ଥିବାବେଳେ ବ୍ଲକର ଜିରାଳ ଗ୍ରାମରୁ ୨ ଜଣ ଅରଖପାଳ,ଜିନେଇଲୋ,ଓଢଣା, ଗୋରଡିଆ ଓ ଦିଘି ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ସେହିପରି କାମାକ୍ଷାନଗର ଏନ୍ ଏ ସି ରୁ ୫ ଜଣ ଥିବାବେଳେ ଗୋଡିସାହି ଓ ବୁଢିବିଲି ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସଦର ବ୍ଲକ ଚଷା ଗୁରୁଜଙ୍ଗ ଓ ବଳଦିଆବନ୍ଧ ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ଥିବାବେଳେ ଓଡ଼ାପଡ଼ା ବ୍ଲକର ଗୁଣ୍ଡିଚାପଡ଼ା,ମୁଳିସିଂହ୍,ସିମିନଇ ଓ କଣ୍ଟାବଣିଆରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ହୋମ୍ କ୍ଵାରେଣ୍ଟାଇନରେ ଥିବାବେଳେ ୧୬ ଜଣ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଛନ୍ତି ଏବଂ ୪ ଜଣ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୩୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୧୪୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୦୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୪୦୯ ଜଣ ଚିକିତ୍ସାଧୀନ ଅଛନ୍ତି । (ରିପୋର୍ଟ – ଅମର ରଞ୍ଜନ ଦାସ)