• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ସମ୍ଭାବନାଗୁଡିକୁ ପ୍ରଦର୍ଶିତ କରିଛି ଓଡିଶା ଟ୍ରାଭେଲ ବଜାର ୨୦୨୫

Proprietor Abhimanyu Maharana by Proprietor Abhimanyu Maharana
February 28, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ସମ୍ଭାବନାଗୁଡିକୁ ପ୍ରଦର୍ଶିତ କରିଛି ଓଡିଶା ଟ୍ରାଭେଲ ବଜାର ୨୦୨୫
Share on FacebookShare on TwitterWhatsapp

୬ଷ୍ଠ ଓଡିଶା ଟ୍ରାଭେଲ ବଜାରରେ ୪୫୦୦ରୁ ଅଧିକ ବି୨ବି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅନେକ ନୂତନ ସହଭାଗିତା ସ୍ଥାପିତ ହୋଇଛି l

ଏକ ସ୍ଥାୟୀ, ସମାବେଶୀ ଓ ଭବିଷ୍ୟତ-ପ୍ରସ୍ତୁତ ପର୍ଯ୍ୟଟନ କ୍ଷେତ୍ର ନିର୍ମାଣ କରିବା ପାଇଁ ଆମର ଲକ୍ଷ୍ୟ ସ୍ପଷ୍ଟ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ଭୁବନେଶ୍ୱର :-  ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର ସଫଳତାର ସହ ସମାପ୍ତ ହୋଇଛି, ଯାହା ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିଛି । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଆୟୋଜିତ ଏହି ୪ ଦିବସୀୟ କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ହିତାଧିକାରୀମାନଙ୍କୁ ଏକାଠି କରିବା ସହ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସାର୍ଥକ ଆଲୋଚନା, ବ୍ୟବସାୟିକ ସହଭାଗିତା ଏବଂ ନୀତିଗତ ଅଗ୍ରଗତିକୁ ସୁଗମ କରିଛି । ୬ଷ୍ଠ ଓଡିଶା ଟ୍ରାଭେଲ ବାଜାରର ଉଦଯାପନୀ ଅବସରରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି, “ଲୋକ ଓ ସମୁଦାୟର ଯୋଗଦାନ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଆଗକୁ ବଢାଇବ ।

ଆମେ ସମୁଦାୟଗୁଡିକୁ ସଶକ୍ତ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛୁ ଏବଂ ଏକ ଜନତା-ପ୍ରଥମ ଆଭିମୁଖ୍ୟ ନିଶ୍ଚିତ କରୁଛୁ । ଓଡିଶା ହୋମଷ୍ଟେ ସ୍କିମର ଶୁଭାରମ୍ଭ କରି ଆମେ ସମୁଦାୟ-ଭିତିକ ପର୍ଯ୍ୟଟନର ବିକାଶ ପାଇଁ ଲକ୍ଷ୍ୟ ରଖିଛୁ ଯାହା ପରିଦର୍ଶକମାନଙ୍କୁ ପ୍ରକୃତ ଓଡିଆ ଆତିଥ୍ୟର ଅନୁଭୂତି ପାଇବା ପାଇଁ ଅନୁମତି ଦେବ ଏବଂ ସ୍ଥାୟୀ ଜୀବିକା ସୃଷ୍ଟି କରିବ । ସମାନ ରୂପେ ଆଡ୍‌ଭେଂଚର ଟୁରିଜିମ ଗାଇଡ୍‌ଲାଇନ୍ସର ଉନ୍ମୋଚନ କରି ଆମେ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ପାଇଁ ନୂଆ ସୁଯୋଗଗୁଡିକୁ ଉନ୍ମୋଚନ କରିବୁ ଏବଂ ଏକ ପ୍ରମୁଖ ଦୁଃସାହସିକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାକୁ ଅବସ୍ଥାପିତ କରିବୁ ।”

ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ମହିଳାମାନଙ୍କୁ ପର୍ଯ୍ୟଟନ କ୍ଷେତ୍ରର ଆଗଧାଡିକୁ ଆଣିବା ପାଇଁ ପ୍ରତିବଦ୍ଧ ରହିଛୁ, ଯାହା ସମାବେଶୀ ବିକାଶ ଓ ଉନ୍ନତ ଆର୍ଥିକ ଯୋଗଦାନ ସୁନିଶ୍ଚିତ କରିବ । ବିଗତ ବର୍ଷଗୁଡିକରେ ଓଡିଶା ଟ୍ରାଭେଲ ବଜାର ନିବେଶକ, ବ୍ୟବସାୟିକ ସହଭାଗିତା ଓ ନୀତି ଉଦ୍ଭାବନ ପାଇଁ ଏକ ଉତ୍‌ପ୍ରେରକ ଭାବେ ବିକଶିତ ହୋଇଛି, ଏହା ଓଡିଶାକୁ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ପର୍ଯ୍ୟଟନ ଗନ୍ତବ୍ୟବସ୍ଥଳୀ ଭାବେ ଆଗକୁ ବଢାଇଛି । ଏକ ସ୍ଥାୟୀ, ସମାବେଶୀ ଓ ଭବିଷ୍ୟତ ପ୍ରସ୍ତୁତ ପର୍ଯ୍ୟଟନ କ୍ଷେତ୍ର ନିର୍ମାଣ କରିବା ପାଇଁ ଆମର ଲକ୍ଷ୍ୟ ସ୍ପଷ୍ଟ ରହିଛି, ଯାହା ଓଡିଶାକୁ ଉଭୟ ଭ୍ରମଣକାରୀ ଓ ନିବେଶକଙ୍କ ପାଇଁ ଏକ ପସନ୍ଦର ବିକଳ୍ପରେ ପରିଣତ କରିବ ।”

ସେହିପରି ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଆୟୁକ୍ତ ତଥା ସଚିବ ବଲୱନ୍ତ ସିଂହ କହିଛନ୍ତି, “ଆମେ ଭ୍ରମଣକାରୀ ଓ ନିବେଶକଙ୍କ ପାଇଁ ଓଡିଶାକୁ ଏକ ପ୍ରାଥମିକ ଗନ୍ତବ୍ୟସ୍ଥଳୀ ଭବେ ବିକଶିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ପ୍ରଗତିଶୀଳ ନୀତି, ଉନ୍ନତ ଭିତିଭୂମି ଓ ରଣନୈତିକ ସହଯୋଗିତା ସହିତ ଓଡିଶା ଏମ୍‌ଆଇସିଇ, ଆଡ୍‌ଭେଂଚର, ଇକୋ ଓ ୱେଲନେସ୍ ଟୁରିଜିମ କ୍ଷେତ୍ରରେ ନୂଆ ସୁଯୋଗଗୁଡିକୁ ଉନ୍ମୋଚନ କରୁଛି । ୬ଷ୍ଠ ଟ୍ରାଭେଲ ବଜାର ସହଭାଗିତା ବିକଶିତ କରିବା ଏବଂ ନିବେଶ-ଚାଳିତ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଅଟେ । ଆମର ଲକ୍ଷ୍ୟ ହେଉଛି ଦୀଘସ୍ଥାୟୀ ଅର୍ଥନୈତିକ ପ୍ରଭାବ ନିଶ୍ଚିତ କରି ଓଡିଶାକୁ ଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ରଗୁଡିକରେ ଅବସ୍ଥାପିତ କରିବା ।”

ଶ୍ରୀଯୁକ୍ତ ସିଂହ କହିଛନ୍ତି, “ବିଶ୍ୱସ୍ତରୀୟ ଅନୁଭୂତି, ଉନ୍ନତ ଭିତିଭୂମି ଓ ବାଧାମୁକ୍ତ ବ୍ୟବସାୟ ସୁଯୋଗ ପ୍ରଦାନ କରି ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଯେପରି ନିରନ୍ତର ବିକଶିତ ହେବ ଆମେ ତାହା ସୁନିଶ୍ଚିତ କରିବୁ । ଆଜି ଆମେ ହାସଲ କରିଥିବା ଏହି ସଳଫତା ଆସନ୍ତା ବର୍ଷ ଆମର ସ୍ଥିତିକୁ ବ୍ୟାଖ୍ୟା କରିବ, କାରଣ ଓଡିଶା ଏକ ପସନ୍ଦର ଆନ୍ତର୍ଜାତୀୟ ପର୍ଯ୍ୟଟନ ଓ ନିବେଶ ଗନ୍ତବ୍ୟସ୍ଥଳୀ ଭାବେ ବିକଶିତ ହେବା ଜାରି ରଖିଛି ।” ଗତ ୪ ଦିନ ମଧ୍ୟରେ ଏହି କାର୍ଯ୍ୟକ୍ରମ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ହିତାଧିକାରୀ ଏବଂ ଅଗ୍ରଣୀ ଘରୋଇ ଓ ଆନ୍ତର୍ଜାତୀୟ ଟୁର ଅପରେଟଙ୍କ ମଧ୍ୟରେ ୪୫୦୦ରୁ ଅଧିକ ବି୨ବି ବୈଠକର ସାକ୍ଷୀ ହୋଇଛି, ଏହା ସାର୍ଥକ ସଂଯୋଗ, ନୂଆ ବ୍ୟବସାୟିକ ସୁଯୋଗ ଓ ସହଭାଗିତାକୁ ସୁଗମ କରିଛି ଯାହା ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ପରିଚାଳନା କରିବ ।

୬ଷ୍ଠ ଓଡିଶା ଟ୍ରାଭେଲ ବାଜାର ସଫଳତାର ସହ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିବିଧ ଉତ୍ପାଦ ଓ ସେବାଗୁଡିକୁ ଆନ୍ତର୍ଜାତୀୟ ଦର୍ଶକଙ୍କ ନିକଟରେ ପ୍ରଦର୍ଶିତ କରିଛି । ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା ଉଦ୍‌ଘାଟନ କରିଥିଲେ । ୨ୟ ଦିନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା ଏକ ବିଶାଳ ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ ଯେଉଁଥିରେ ଓଡିଶାର ୭୦ରୁ ଅଧିକ ପ୍ରଦର୍ଶକ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଅଧିନରେ ବିଦେଶୀ ଟୁର ଅପରେଟରଙ୍କ ପାଇଁ ଏକ ସଫଳ ଫ୍ୟାମିଲିଆରାଇଜେଶନ ଟୁର୍‌ର ଆୟୋଜନ କରାଯାଇଥିଲା । ବିଦେଶୀ ଟୁର ଅପରେଟରମାନେ ଭିତରକନିକା ଜାତୀୟ ଉଦ୍ୟାନ, ଡାଇମଣ୍ଡ ଟ୍ରାଏଙ୍ଗେଲ ବୁଦ୍ଧିଷ୍ଟ ସର୍କିଟ, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ରଘୁରାଜପୁର ଐତିହ୍ୟ ଗ୍ରାମ ସମେତ ଓଡିଶାର ବିଭିନ୍ନ ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ଅନ୍ୱେଷଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version