No Result
View All Result
୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କୋରାପୁଟ ଜିଲ୍ଲା :- ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର କୋଟିଆକୁ କିଏ ବା ନ ଜାଣେ ର ଓଡିଶା ଓ ଆନ୍ଧ୍ର ର ବିବାଦୀୟ ଜାଗା ଆମର ଏ ଆଦିବାସୀ ଅଞ୍ଚଳ କୋଟିଆ.. କୋଟିଆରେ ବସବାସ କରନ୍ତି ଅନେକ ଆଦିବାସୀ ଭାଇ ଓ ଭଉଣୀ ମାନେ ସେମାନେ ନିର୍ଭରଶୀଳ ଚାଷ କାର୍ଯ୍ୟ ରେ ପୁରାତନ ପଦ୍ଧତିରେ ମାଣ୍ଡିଆ, ଧାନ, ମକା, ବିରି, ପନିପରିବା ଆଦି ସବୁ ଚାଷ କରିଥାନ୍ତି ସେମାନେ ଯେଉଁ ଫସଲ ଉତ୍ପାଦନ କରିଥାନ୍ତି ସେ ଗୁଡିକୁ ବିକ୍ରି କରି ଯେଉଁ ଅର୍ଥ ଉପାର୍ଜନ କରିଥାନ୍ତି ତାହା ସେମାନଙ୍କ ପକ୍ଷେ ଚଳିବା ଅତ୍ୟନ୍ତ କଷ୍ଟକର ହୋଇଥାଏ କିନ୍ତୁ କୃଷି ବିଭାଗର କୃଷି ଅଧୀଦର୍ଶକ ( କୃଷି ପର୍ଯ୍ୟବେକ୍ଷକ) ଶ୍ରୀ ସତୀଶ ଭାରତ ଭଞ୍ଜ ଯେବେଠାରୁ କୋଟିଆ ଗ୍ରାମ ପଂଚାୟତରେ କୃଷି ବିଭାଗ ତରଫ ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସେବେଠାରୁ କୋଟିଆ ଉପାନ୍ତ ଅଞ୍ଚଳ ଚଳଚଞ୍ଚଳ ହୋଇ ପଡ଼ିଅଛି ଓ ଚାଷୀ ଭାଇ ମାନଂକର ମୁଁହରେ ହସ ଆଣିଦେଇଅଛି !
ଆମ ରାଜ୍ୟ ସରକାର ଓ କୃଷି ବିଭାଗର ସମସ୍ତ ଯୋଜନା ଏହି ଉପାନ୍ତ ଅଞ୍ଚଳରେ କିପରି ପହୁଁଚିବ ଓ ଆଦିବାସୀ ଭାଇ ଭଉଣୀ ମାନେ କୃଷି ବିଭାଗର ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ କିପରି ଭାବରେ ନୂତନ ଜ୍ଞାନ କୌଶଳ କୁ ଆପଣେଇବେ ଓ କୃଷି ବିଭାଗର କେଉଁ ଯୋଜନା ଏହି ପାହାଡ଼ ଉପରେ କରାଯାଇ ପାରିବ ଏବଂ ସେମାନଙ୍କର ଆର୍ଥିକ ଅବସ୍ଥାକୁ କିପରି ସୁଦୃଢ କରାଯାଇପାରିବ ତାହା ଉପରେ ଆଦିବାସୀ ଭାଇ ଭଉଣୀ ମାନଙ୍କ ସହ ଆଲୋଚନା କରିବା ସହିତ ଏହି ଉପାନ୍ତ ଅଂଚଳର କିପରି ରଙ୍ଗୀନ କୋବି ଚାଷ କରା ଯାଇ ପାରିବ ସମସ୍ତେ ଚାଷୀ ସାମିଲ ହୋଇପାରିବେ ତାହା ଉପରେ ଆଲୋଚନା କରିଥିଲେ ।
ଆମ ରାଜ୍ୟ ସରକାର ଓ କୃଷି ବିଭାଗ ଆତ୍ମ ତରଫରୁ ୨୦୨୪-୨୫ କୋଟିଆ ଗ୍ରାମ ପଞ୍ଚାୟତରେ ୪୦ ଚାଷୀକୁ ହିତାଧିକାରୀଙ୍କୁ ଏହି ରଙ୍ଗୀନ କୋବି ମାଗଣାରେ ବିହନ ସାର ଓ ଔଷଧ ଯୋଗାଇ ଦିଆ ଯାଇ ଥିଲା। ଜଣେ ଚାଷୀ କୁ ୪୦୦୦ ହଜାର ଟଙ୍କା ସହାୟତା ଆତ୍ମା ତରଫରୁ କାର ଯାଇ ଥିଲା କୋଟିଆର ଚାଷୀ ଭାଇ ମାନଂକୁ ଏହି ଆର୍ଥିକ ୨୦୨୪-୨୫ ବର୍ଷରେ ଅନ୍ତର୍ଭୁକ୍ତ କରାଯାଇଅଛି ।
ଏହି କୋବିର ଚାହିଦା ସବୁ ବେଳେ ରହିଅଛି। ତାକୁ ବିକ୍ରି କରି ଅଧିକ ଲାଭ ପାଇଁ ପାରିବେ । ବ୍ଲକ କୃଷି ଅଧିକାରୀ ଦୁଷ୍ମନ୍ତ କୁମାର ସ୍ବଇଁ ଓ କୃଷି ପର୍ଯ୍ୟବେକ୍ଷକ ସତୀଶ ଭାରତ ଭଞ୍ଜଙ୍କ ପାଇଁ ଏହି ଯୋଜନା ସଫଳ ହୋଇଥିବାରୁ ତେଣୁକରି ମନୋଜ ପାଙ୍ଗି, ବାଙ୍ଗୁରୁ ପାଙ୍ଗି, ବେତରୁ ପାଙ୍ଗି,ଦେନେଶ୍ ତାମାଳ, ସଞ୍ଜୟ ପାଙ୍ଗି ଦୁଷ୍ମନ୍ତ କୁମାର ସ୍ବଇଁ ଓ ସତୀଶ ଭାରତ ଭଂଜଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

No Result
View All Result