No Result
View All Result
୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡ଼ା :-> ଲକି ଷ୍ଟାର କ୍ରିକେଟ କ୍ଲବ ମାହାଙ୍ଗା ଗ୍ରାଉଣ୍ଡ ରେ ଗତ ୨୦ ତାରିଖ ରୁ ଚାଲିଥିବା ୨୨ ତମ କ୍ରିକେଟ ପ୍ରତିଯୋଗିତା ଉଯାପିତ ହୋଇଯାଇଛି ମାହାଙ୍ଗା ଲକି କ୍ଲବ ଆନୁକୂଲ୍ୟ ରେ ଆୟୋଜିତ ପ୍ରୀତିଯୋଗିତାରେ ୧୬ ଟି ଟିମ ଅଂଶଗହଣ କରିଥିଲେ ବୁଧବାର ଫାଇନାଲ ରେ ଶ୍ରୀରାମ ୧୧ ପାରାଦ୍ୱୀପ ଦଳକୁ (ଅଲ ଆଓଟ) ପରାସ୍ତ କରି ସୁପର ୧୧ ବିଷନପୁର ବିଜେତା ଆଖ୍ୟା ଅର୍ଜନ କରିଛି । ପ୍ରଥମେ ବ୍ୟାଟିଂ କରି ସୁପର ୧୧ ବିଷନପୁର ୧୫ ଓଭର ରେ ୧୫୨ ରନ ର ଟାର୍ଗେଟ ଦେଇଥିଲା ।
ବିପକ୍ଷ ଦଳର ଶ୍ରୀରାମ ୧୧ ପାରାଦ୍ୱୀପ ୧୪ ଓଭର ରେ ତାହାର ମୂଲ୍ୟବାନ ୧୦ ଗୋଟି ଊକେଟ (ଅଲ ଆଉଟ) ହରାଇ ୧୧୫ ରନ ଅର୍ଜନ କରି ମ୍ୟାଚ ଟିକୁ ହାତ ଛଡା କରିଥିଲା । ଦୁଇ ଅମ୍ପାୟାର ଅସଲ ଅଲି ଓ ରିଆନ ଅଲି ୬ ଦିନ ଧରି ଖେଳକୁ ପରିଚାଳନା କରିଥିଲେ ଓ ଖେଳର ଆରମ୍ଭ ରୁ ଶେଷ ଯାଏ ଏସ.କେ. ବୁରାନ ଓ ଏସ. କେ. ଇମ୍ରାନ ସବୁତକ ଦାଇତ୍ୱ ନେଇଥିଲେ । ମୁଖ୍ୟ ଅତିଥି ଚିତ୍ତରଞ୍ଜନ ସାହୁ (ସମାଜ ସେବି), ଅଜୟ ରାଉତ (ଶିକ୍ଷାବିତ ଓ ସମାଜ ସେବି), ଓସୀମ ଭାଇ (ନାସନାଲ ହ୍ୱିଉମାନରାଇଟ୍ସ ୱେଲଫୈର ଅର୍ଗାନିଜେଶନ ଜିଲ୍ଲା ସଭାପତି ଓ ସମାଜସେବୀ) ଅଶୋକ ପଣ୍ଡା(ସମାଜସେବୀ), କୈଳାସ ପଣ୍ଡା(ସମାଜସେବୀ), ସୁବ୍ରତ ମିଶ୍ର(ସମାଜସେବୀ) ।
ରନରସପ ୨୦,୦୦୦ ୪ଫୁଟ ଟ୍ରଫି ଓ ଚମ୍ପିଅନ ୩୦,୦୦୦ ୫ଫୁଟ ଟ୍ରଫି ଦିଆଗଲା । ମ୍ୟାନ ଅଫ ଦ ମ୍ୟାଚ ତପୁ, ମ୍ୟାନ ଅଫ ଦ ସିରିଜ ଟୁଲୁ,ବେଷ୍ଟ ବୋଲର ଟୁଲୁ, ବେଷ୍ଟ ଫିଲଡର ଜାହିର,ବେଷ୍ଟ ସିକ୍ସର ସାହିଲ ,ବେଷ୍ଟ କ୍ୟାଚ ଜାନୁ, ବେଷ୍ଟ କିପର ପ୍ରଦୁମ୍ନ ପଳାଇ । ରର୍ନରସପ ଶ୍ରୀରାମ ୧୧ ପାରାଦ୍ୱୀପ କୁ ଚେକ ୨୦,୦୦୦ ୪ଫୁଟ ଟ୍ରଫି ଓ ଚମ୍ପିୟାନ ସୁପର ୧୧ ବିସନପୁର ଜଗତସିଂହପୁର କୁ ଚେକ ୩୦,୦୦୦ ୫ଫୁଟ ଟ୍ରଫି ସମସ୍ତ ଅତିଥି ମିଶି ଦେଇଥିଲେ ଭଲୁଣ୍ଟର ମାନଙ୍କୁ ଫୁଲ ତୋଡ଼ା ସହ ସିଲ ଦିଆଯାଇଥିଲା । ଏହି କ୍ରିକେଟ ଖେଳ ଏକ ଏଭଳି ଖେଳ ଯାହା ଦ୍ୱାରା ହିନ୍ଦୁ ମୁସଲିମ ଭାତୃତ୍ୱ ଭାବ ବଢ଼େ ଗାଁ ଗାଁ ଭିତରେ ସମ୍ପର୍କ ବଢ଼େ ଖେଳ ଶେଷରେ ଭାଇ ଚାରା ଦେଖିବାକୁ ମିଳିଥିଲା ।

No Result
View All Result