No Result
View All Result
୨୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୌଜା ମଙ୍ଗୁଲି, ରଘୁନାଥପୁର ଗ୍ରାମବାସୀ ଙ୍କ ପକ୍ଷରୁ ଗ୍ରାମର ଆରାଧ୍ୟଦେବତା କନକେଶ୍ୱର ମହାଦେବ ଙ୍କ ପ୍ରାଙ୍ଗଣରେ ଏକାଦଶ ବାର୍ଷିକ ବିଶ୍ଵଶାନ୍ତି ମହାଜଜ୍ଞ ଏବଂ ପଞ୍ଚ ଦଶ ବାର୍ଷିକ ଅଷ୍ଟମ ପ୍ରହର ନାମଜଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଯଜ୍ଞ ରବିବାର ଆରମ୍ଭ ହୋଇ ବୁଧବାର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା l ରବିବାର ଅଙ୍କୁରା ରୋପଣ, ଜଳଯାତ୍ରା, ସୋମବାର ସୂର୍ଯ୍ୟ ପୂଜା, ମଂଡଳlଦୀ ପୂଜା,

ଗୋପୁଜା, ହବନ, ବୁଧବାର ସୂର୍ଯ୍ୟ ପୂଜା, ଗୀତା ମନ୍ତ୍ର, ଶିବ ସହସ୍ର ମନ୍ତ୍ର, ହବନ, ସନ୍ଧ୍ୟାରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା l ସନ୍ଧ୍ୟାରେ ନାମଜଜ୍ଞର ସୁବାଧି ବାସ କରାଯାଇ ଗୁରୁବାର ନାମ ସଂକୀର୍ତ୍ତନ କରାଯାଇଥିଲା l ଏହି ଅବସରରେ ମଙ୍ଗଳବାର ମନ୍ଦିର ପ୍ରାଙ୍ଗଣରେ ଥିବା ବର ଓ ଓସ୍ତ ବୃକ୍ଷର ବିବାହ କରାଯାଇଥିଲା l ବର କର୍ତାଭାବେ ରବୀନ୍ଦ୍ର କୁମାର ସାହୁ, କନ୍ୟା କର୍ତାଭାବେ ରଂଜିତ ମହାନ୍ତି ଯୋଗଦେଇ ବିବାହ ସମ୍ପର୍ଣ୍ଣ କରିଥିଲେ l

ବୁଧବାର ରାତ୍ରରେ କନକେଶ୍ୱର ମହାଦେବଙ୍କ ମନ୍ଦିରରେ ମହାଦୀପ ଉଠି ଥିଲା l ଏହି ଆଧ୍ୟାତ୍ମିକ କାର୍ଯ୍ୟ ଦେଖିବାପାଇଁ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଙ୍କ ଭିଡ ହୋଇଥିଲା l ଯଜ୍ଞ ରେ କର୍ତ୍ତା ଭାବେ ରବୀନ୍ଦ୍ର କୁମାର ସାହୁ ଓ ତାଙ୍କ ପତ୍ନୀ ଏବଂ ରଂଜିତ କୁମାର ମହାନ୍ତି ଓ ତାଙ୍କ ପତ୍ନୀ କାର୍ଯ୍ୟ ସମାପନ କରିଥିଲେ l

No Result
View All Result