ଓଡିଶା ତାଜା ନ୍ୟୁଜ୍ (୨୭ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର :- ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଧାନସଭାର ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଦାସଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଉ ପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଧାନସଭାରେ ପ୍ରାୟ ୯ ବର୍ଷ କାଳ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଶ୍ରୀ ଦାସ ନିକଟରେ ପଦୋନ୍ନତି ପାଇଛନ୍ତି ।
ସେ ଏହା ପରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ (ଏଚ୍ଆର୍ ପିସି) ଭାବେ ଯୋଗଦାନ କରିବେ । ଏହି ସମ୍ବର୍ଦ୍ଧନା ପ୍ରଦାନ ସମୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତ ପଥୀଙ୍କ ସମେତ ବିଧାନସଭାର ପଦାଧିକାରୀ ଓ କର୍ମଚାରୀ ଉ ପସ୍ଥିତ ଥିଲେ ।