No Result
View All Result
୨୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ବିରିଡି ପଞ୍ଚାୟତ ସମିତି ର ସ୍ୱତନ୍ତ୍ର ସପ୍ତମ ଅଧିବେଶନ ମଙ୍ଗଳବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ସମିତି ଅଧ୍ୟକ୍ଷା ମମତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ବିକଶିତ ଗାଁ ବିକଶିତ ଓଡିଶା ଉପରେ ଆଲୋଚନା କରାଇଯାଇଥିଲା l ଏଥିରେ ଏମପି ବିଭୁ ପ୍ରଦାଦ ତରାଇ, ବିଧାୟକ ଡ଼ଃ ରମାକାନ୍ତ ଭୋଇ, ଉପାଧ୍ୟକ୍ଷl ପିନାକୀ ପ୍ରିୟଦର୍ଶିନୀ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ବିଡ଼ିଓ ଆୟୁସୀ ପତି,ଏବିଡ଼ିଓ ନିରୋଦ କୁମାର ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ରାୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
ବିଶେଷ କରି ଏହାର ଲକ୍ଷ୍ୟ ଥିଲା ପ୍ରତି ଗ୍ରାମ ପଂଚାୟତରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଆସିଥିବା ପ୍ରକଳ୍ପ ତାଲିକାର ଅନୁମୋଦନ କରାଯିବାପାଇଁ ପ୍ରସ୍ତାବ ରହିଥିଲା l ଏଥିରେ ବିଧାୟକ ଡ଼ଃ ରମାକାନ୍ତ ଭୋଇ କହିଲେ ପ୍ରତିମାସରେ ବ୍ଲକ ର କାର୍ଯ୍ୟ ତଦାରଖ କରାଯିବ କେଉଁ କାର୍ଯ୍ୟ କେତେଦୂର ଅଗ୍ରଗତି କରିଛି ତାହା ଜଣାପଡିବ ତାହା ଦଳଗତ ନିର୍ବିଶେଷରେ କରାଯିବ l ପ୍ରତି ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବl ପାଇଁ କହିଥିଲେ l
ସମସ୍ତ ଜନପ୍ରତିନିଧି ଦଳଗତ ନିର୍ବିଶେଷରେ ନୂତନ ବିଡ଼ିଓ ଙ୍କୁ ସହଯୋଗ କରିବାକୁ ବିଧାୟକ ଭୋଇ କହିଥିଲେ l ରାସନ କାର୍ଡ ଫେରସ୍ତ ପାଇଁ ତାଲିକା ଆସିଛି କିନ୍ତୁ ସେଗୁଡିକ ଠିକ ଭାବେ ତଦାରଖ କରି ଯୋଗ୍ୟ ବ୍ୟକ୍ତି ଯେପରି ପାଇପାରିବେ ଶେଷମ୍ୱନ୍ଧରେ ଆଲୋଚନା କରିଥିଲେ l ସେହିପରି ଏମପି ତରାଇ କହିଲେ ସାଧାରଣ ଲୋକ ଯେପରି ରାସନ କାର୍ଡରୁ ବଂଚିତ ନହୁଅନ୍ତି ସେଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ କହିଥିଲେ l
ବ୍ଲକ କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳ ବିକଶିତ ଗାଁ ବିକଶିତ ଓଡିଶା ର ମାର୍ଗଦର୍ଶିକା ପଠନ କରିଥିଲେ l ସରପଞ୍ଚ ବାଗଲପୁର ତରୁଣ ଦାସ କହିଲେ ଏତେ ଦିନେ ସରକାର ଜନପ୍ରତିନିଧିଙ୍କୁ କ୍ଷମତା ଦେଲେ ତାଙ୍କ ଜାଣତରେ ସବୁ କାର୍ଯ୍ୟ ହେବ l ପୂର୍ବରୁ ଆସିଥିବା ପ୍ରତି ପଞ୍ଚାୟତ କୁ 50 ଲକ୍ଷ୍ୟ ଟଙ୍କା କିପରି ଖର୍ଚ୍ଚ ହେଲା ତାହାକେହି ଜାଣି ପାରିଲେ ନାହିଁ ଏଥର ବିକଶିତଗାଁ ବିକଶିତ ଓଡିଶା ଯୋଜନା କାର୍ଯ୍ୟ ସମସ୍ତଙ୍କ ଗୋଚରରେ ହେବ ସ୍ୱଛତା ରହିବ l
ବଡ ଖଣ୍ଡେଇତା ସମିତିସଭ୍ୟ ରଞ୍ଜନ ବେହେରା କହିଲେ ତାଙ୍କ ପଞ୍ଚାୟତ ରେ ଅଙ୍ଗନବାଡି ଗୃହ କାର୍ଯ୍ୟ, ସ୍କୁଲ ବାଉଣ୍ଡାରୀ କମ ବହୁଦିନ ହେଲା ନହୋଇ ପଡ଼ିରହିଛି କିଏ କରୁଛି ଜଣାପଡ଼ୁନାହିଁ l କାର୍ଯ୍ୟଟି କନିଷ୍ଠଯନ୍ତ୍ରୀ ନାମରେ ଅଛି l ଯିଏ କରୁଛି ତାଙ୍କ ମନମୁଖୀ କରୁଛି ତାହା ଆମ ଜାଣତରେ ହେବା ଜରୁରୀ l ଏମପି ତରାଇ କହିଲେ ମହାତ୍ମା ଗାନ୍ଧୀ ଙ୍କ ସ୍ବପ୍ନ ଥିଲା ଗାଁ ର ଉନତୀ ହେଲେ ଦେଶର ବିକାଶ ହେବ l ଏ ଶସରକାର ସବୁଦିଗକୁ ବିଚରା କରି ଗାଁ ଲୋକଙ୍କ ଜାଣତରେ ପ୍ରକଳ୍ପ ନିଆଯିବ ତାପରେ ବ୍ଲକ ପରେ ଜିଲ୍ଲାକୁ ଅନୁମୋଦନ ପାଇଁ ଯିବ ଏଥିରେ ସ୍ୱଛତା ରହିବ l
ଅନ୍ତଦ୍ୱୟ ଘର ପ୍ରତି ଜିପି ରେ 20ଟି ହେବ ସେଗୁଡିକ ଉପରେ ସ୍ୱଛତା ରଖିବା ପାଇଁ ପୁରଣ ସରପଞ୍ଚ ଯୁଧିଷ୍ଠିର ବେହେରା କହିଥିଲେ ଏହି ଯୋଜନାରେ ପ୍ରତି ପ୍ରକଳ୍ପ ମୂଲ୍ୟ 3 ଲକ୍ଷ ରହିବ ସେଗୁଡିକୁ ଜନପ୍ରତିନିଧି ମାନେ ନେଇ ଅଧ୍ୟକ୍ଷା ଙ୍କ ପାଖରେବସି ସମାଧାନ କରିବା ଠିକ ହେବବୋଲି କହିଥିଲେ l ଶେଷରେ ବାରଡ଼ିଆର ନିଲୁ ମହାପାତ୍ର ଙ୍କୁ ଟ୍ରାଇ ସାଇକେଲ, ଓ ବତୀମିରା ର ଅଶ୍ୱିନୀ ନାୟକ ଙ୍କୁ ହୁଇଲି ଚେୟାର ପ୍ରଦାନ କରାଯାଇଥିଲା l

No Result
View All Result