୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ଗତ ୧୨ ଓ ୧୩ତାରିଖରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୩ଜଣିଆ ନାକ୍ ମାନ୍ୟତା ଦଳ ୨ଦିନ ପାଇଁ ପରିଦର୍ଶନରେ ଆସିଥିଲେ । ଏହି ଦଳରେ ମହାତ୍ମାଗାନ୍ଧି ବିଶ୍ୱବିଦ୍ୟାଳୟ କେରଳର ପ୍ରଫେସର ଡକ୍ଟର ସି.ଟି ଅରବିନ୍ଦ କୁମାରଙ୍କ ନେତୃତ୍ୱରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ରତ୍ନ କୁମାରୀ ବଣ୍ଡିଲା ଓ ମୁମ୍ବାଇର ପ୍ରଫେସର ଡକ୍ଟର ସୋନାଲି ପେଡେନକର ଆସିଥିଲେ । ଏହି ଟିମ୍ର ପରିଦର୍ଶନ ବେଳେ କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ , ଅଧ୍ୟାପିକା, କର୍ମଚାରୀ , ଅଧ୍ୟକ୍ଷ ଏବଂ ଆଲମୋନି ଆସୋସିଏସନ ସହିତ ବାଙ୍କୀର ଜନସାଧାରଣ ସହଯୋଗର ହାତ ବଢ଼ାଇଥିଲେ ।

ଜାତୀୟ ମାନ ନିର୍ଦ୍ଧାରଣ କମିଟି (ନାକ୍) ଶେଷଥର ପାଇଁ ୨୦୧୮ମସିହାରେ ଆସିଥିଲେ ଓ ‘ବି + +’ ମାନ୍ୟତା ପ୍ରଦାନ କରିଥିଲେ । ଚଳିତ ୨୦୨୫ମସିହାରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଏହି ନାକ୍ ଟିମ୍କୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ବାଙ୍କୀର ଜନସାଧାରଣ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିଲା ଯେ କଲେଜର ସ୍ୱୟଂଶାସିତ ସ୍ଥିତାବସ୍ଥା ଆଉ ବଜାୟ ରହିବ ନାହିଁ । ନାକ୍ ଟିମଙ୍କର ପ୍ରଦତ୍ତ ଫଳ ପ୍ରକାଶ ପାଇଛି ଓ ଏଥିରେ କଲେଜକୁ ‘ବିଗ୍ରେଡ୍’ ପ୍ରଦାନ କରାଯାଇଛି । ଏହା ଫଳରେ ବାଙ୍କୀ କଲେଜର ସ୍ୱୟଂଶାସିତ ମାନ୍ୟତା ବଜାୟ ରହିଥିବା ଜଣାପଡିଛି ।