No Result
View All Result

୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗୀ :- ନାଚୁଣୀ ପୁରୁଣା ସାହିରେ ଘଟିଲା ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ରୁ ଅଧିକ ବଖରା ଚାଳ ଘର । ଫଳରେ ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି । ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ନାଚୁଣୀ ଅଗ୍ନିଶମ ବାହିନୀ । ହେଲେ ଟ୍ୟାଙ୍କର ରେ ପାଣି ନଥିବାରୁ ନିଆଁ କୁ ଆୟତ କରିବାରେ ଅସମର୍ଥ ହୋଇଛି ଅଗ୍ନିଶମ ବାହିନୀ । ତେଣୁ ଘଟଣା ସ୍ଥଳରେ ଦେଖାଦେଇଛି l
ଉତ୍ତେଜନା ଫଳରେ ଲୋକେ ନିଜସ୍ୱ ବ୍ୟବସ୍ଥା ରେ ନିଆଁ କୁ ଆୟତ ଜରିବାକୁ ଲାଗି ପଡିଛନ୍ତି।ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । ତେବେ ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ କରିବରେ ଲାଗି ପଡିଛି.
ଏହି ଅଗ୍ନିକାଣ୍ଡ ରେ ଧନୁ ରାଉତ, ମନୁ ରାଉତ, ବିରଞ୍ଚି ରାଉତ,କପିଳାସ ସୁବୁଦ୍ଧି, ବୈଷ୍ଟବ ସୁବୁଦ୍ଧି, ବୁଲୁ ସୁବୁଦ୍ଧି ଙ୍କ ଘର କ୍ଷତି ଗ୍ରସ୍ତ ହୋଇଛି ଏମାନଂକୁ ସରକାରୀ ସହାୟତା ଦେବାକୁ ଦାବି ହେଉଛି ।

No Result
View All Result