୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଟାଙ୍ଗୀ :- ଗୋଡିପଡା ଟୋଲ ଗେଟ ନିକଟରେ ଆୟକର ବିଭାଗ ର ତନଖି ବେଳେ ଧରା ପଡିଲା କଇଁଛ ବୋଝେଇ ଟ୍ରକ ।କୌଣସି ସୂତରୁ ଖବର ପାଇ ଟୋଲଗେଟ ନିକଟରେ ଛକି ବସିଥିଲା ଆୟକର ବିଭାଗ।ଚଢ଼ାଉ କରି ଜବତ କଲା କଇଁଛ ବୋଝେଇ ଟ୍ରକ ଟାଙ୍ଗୀ ବନ ବିଭାଗ ସହାୟତା ରେ ହୋଇଛି ଚଢ଼ାଉ । କଇଁଛ ବୋଝେଇ ଟ୍ରକ କୁ ଜବତ କରିଛି ଟାଙ୍ଗୀ ବନ ବିଭାଗ। ଆନ୍ଧ୍ର ପ୍ରଦେଶ ରୁ କୋଲକାତା କୁ ଚୋରା ଚାଲାଣ ହେଉଥିଲା କଇଁଛ ।

ଟ୍ରକରେ ୭୧ ଟି ପେଟି ରହିଛି କଇଁଛ ପ୍ରତି ପେଟି ରେ ରହିଛି ୨୦ ଟି କଇଁଛ, ପ୍ରତି କଇଁଛ ର ଓଜନ ୧ କେଜି ରୁ ୨.୫ କେଜି ଓଜନ ହେଵ ବୋଲି ସୂଚନା ମିଳିଛି.. ବନ ବିଭାଗ ତଦନ୍ତ ଜାରୀ ରଖିଛି। ଜବତ କଇଁଛ କୁ 3 ଟି ସ୍ଥାନରେ ଛାଡିବ ବନ ବିଭାଗ ।
ମହାନଦୀ ସହ ଦୟା ନଦୀ ରେ ଛାଡିବ ବନ ବିଭାଗ ।















