No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତହୋଇଯାଇଛି l ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ମୋଟ 51 ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l
ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ପାଇଁ 38 ଟି, ଗୋଷ୍ଟୀଗତ ସମସ୍ୟା 13 ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁରେସନ କାର୍ଡ ସମସ୍ୟା 4 ଟି, ଜମିଜମା ସମ୍ପର୍କୀୟ 8 ଟି, ଭତ୍ତା ପାଇଁ 9ଟି, ପୋଲିସ ସହାୟତା ପାଇଁ 2 ଟି, ଅନ୍ୟାନ୍ୟ 14 ଟି ଅଭିଯୋଗର ଶୁଣାଣି କରାଯାଇଥିଲା l 1ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା l
ଏହି ଶିବିରରେ ଜିଲ୍ଲାପରିଷଦର ମୁଖ୍ୟ ବିକାଶ ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଗାତା, ବିଡ଼ିଓ ଆୟୁଷି ପତି, ତହସିଲଦାର ସଞ୍ଜୟ କୁମାରବେହେରା, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଙ୍କ ସହ ଜିଲ୍ଲାସ୍ତରୀୟ ପ୍ରମୁଖ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ l

No Result
View All Result