No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ନିକଟସ୍ଥ ତଥା ଆସିକା ବ୍ଳକ ହରିଡାପଦର ପଞ୍ଚାୟତ ମଣ୍ଟାପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରତ୍ନମାଳିଙ୍କ ନାମ ସଂକୀର୍ତ୍ତନ ମଣ୍ଡପ ରବିବାର ଉଦଘାଟିତ ହୋଇଯାଇଛି। ରବିବାର ଭୋରରେ ଯାଜ୍ଞିକ ପଣ୍ଡିତ ରାଧାକୃଷ୍ଣ ପାଢିଙ୍କ ସମେତ ପୁରୋହିତ ଭଗବାନ ପାଢି, ଜୟରାମ ପାଢି ଓ ଶ୍ୟାମସୁନ୍ଦର ପାଢି ଯୋଗଦେଇ ଶାଲା ସଂସ୍କାର, ବରୁଣ ପୂଜା, ସୁର୍ଯ୍ୟ ପୂଜା ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ ନିର୍ବାହ କରିଥିଲେ। ପରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ସମାଜସେବୀ ସୁଧାନିଧି ଚୌଧୁରୀ ଯୋଗଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ନୂତନ ନିର୍ମିତ ନାମ ସଂକୀର୍ତ୍ତନ ମଣ୍ଡପର ଶୁଭ ଉଦଘାଟନ କରିଥିଲେ।
ନାମ ସଂକୀର୍ତ୍ତନ ଶିକ୍ଷକ ମହନ୍ତର ସାହୁଙ୍କ ସଂଯୋଜନାରେ ରୋହିତ ଖଟାଇ, ସୁରେନ୍ଦ୍ର ଜେନା, ନାରାୟଣ ସାହୁ, ପୂର୍ଣ୍ଣଚନ୍ଦ୍ର ବରଡ, ବୁଲୁ ଖଟାଇ, ସୁନିଳ ଖଟାଇ, କୋରା ସାହୁ, ବାବୁଲା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁ ସମୁହ ଯୋଗଦେଇ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ମଣ୍ଟା ପଡ଼ା ଗ୍ରାମବାସୀ ସହଯୋଗ କରିଥିଲେ। ସୁଚନା ଯୋଗ୍ୟ ଯେ, ନବ ନିର୍ମିତ ନାମ ସଂକୀର୍ତ୍ତନ ମଣ୍ଡପର ନିର୍ମାଣ ସକାଶେ ପୁର୍ବତନ ବିଧାୟିକା ଆସିକା ମଞ୍ଜୁଳା ସ୍ୱାଇଁ ବିଧାୟକ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁଦାନ ଅର୍ଥ ପ୍ରଦାନ କରିଥିଲେ।

No Result
View All Result