No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ବ୍ଳକର ପୂର୍ବତନ ଅଧ୍ୟକ୍ଷ କାହ୍ନୁଚରଣ ସିଂ ଆନୁଷ୍ଠାନିକ ଭାବରେ ବିଜେପି ଦଳରେ ଯୋଗଦାନ କରିଛନ୍ତି । କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ବାସଭବନ ଠାରେ ଶ୍ରୀ ସିଂ ଯୋଗଦେଇଥିବା କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୁହରି ମହତାବ ଶ୍ରୀ ସିଂହଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବଡମ୍ବା ବିଧାୟକ ବିଜୟ ଦଳବେହେରା, ବାଙ୍କୀ ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ, ବାଙ୍କୀ ବ୍ଲକ ସାଂସଦ ପ୍ରତିନିଧି ଜୟନ୍ତ ବେଉରା, ସୁରେନ୍ଦ୍ର ତ୍ରିପାଠୀ, ରାଜକିଶୋର ମହାନ୍ତି, କାଳିପୋଇ ସରପଂଚ ସମେତ ବାଙ୍କୀ ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ଯୋଗଦାନ କରିଥିଲେ ।

No Result
View All Result