No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ରାଣୀ ଶୁକଦେଈ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍ଯାପିତ ହୋଇଯାଇଛି । ଆଜି ଫାଇନାଲ୍ ଖେଳରେ ଆୟୋଜକ ରାଣୀ ଶୁକଦେଈ କ୍ରିକେଟ ଟିମ୍ ଟସ୍ ଜିଣି ନିର୍ଦ୍ଧାରିତ ଓଭରରେ ୯୦ରନ୍ ସଂଗ୍ରହ କରିବା ସହିତ ୨ୱିକେଟରେ ବିପକ୍ଷ ଦଳ ମା’ଚର୍ଚ୍ଚିକା କ୍ରିକେଟ ଟିମ୍କୁ ପରାସ୍ତ କରି ବିଜୟ ଲାଭ କରିଛି । ମୁଖ୍ୟଅତିଥି ଭାବେ ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦାନ କରି ଖେଳକୁଦ ଜାରି ରଖିଲେ ସମସ୍ତେ ସୁସ୍ଥ ଓ ନରୋଗ ରହିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟ୍ କୁ ସରକାରୀ ସ୍ତରରେ ସାହାଯ୍ୟ କରିବା ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ଶ୍ରୀଚକ୍ରବର୍ତ୍ତୀ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଣୀ ଶୁକଦେଈ ସ୍ମୃତି ପରିଷଦର ସଂପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଦୁଇ ଦଳର ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଖେଳୁଆଡ ମନଭାବ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୁବସମାଜସେବୀ ସଂଜୟ ରଣା ଯୋଗଦାନ କରିଥିଲେ । ଜିତେନ୍ଦ୍ର ଦେଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍ କୁ ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ ପରିଚାଳନା କରିଥିଲେ ।
ରାଣୀ ଶୁକଦେଈ କ୍ରିକେଟ୍ ଟିମ୍ ଚମ୍ପିୟାନ୍ ହୋଇଥିବାରୁ ମୁଖ୍ୟଅତିଥି ଶ୍ରୀଚକ୍ରବର୍ତ୍ତୀ ଟ୍ରଫି ସହ ୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ରନର୍ସ ହୋଇଥିବା ମା’ଚର୍ଚ୍ଚିକା କ୍ରିକେଟ ଟିମ୍କୁ ଟ୍ରଫି ସହ ୩ହଜାର ଟଙ୍କା ମୁଖ୍ୟଅତିଥି ପ୍ରଦାନ କରିଥିଲେ । ଆଜିର ଖେଳରେ ସୂର୍ଯ୍ୟକାନ୍ତ ଗଣ୍ଠିଆ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ହିମାଂଶୁ ଜେନା ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଅମ୍ପୟାର୍ ଭାବେ ଅଜିତ୍ ରଣା ଓ ଦୀପକ ପ୍ରଧାନ ଖେଳ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟର କ୍ରିଡା ଶିକ୍ଷକ ନିରଞ୍ଜନ ସାହୁ, ଜଗନ୍ନାଥ ଦଳେଇଙ୍କ ସମେତ ବହୁ ଅତିଥି ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

No Result
View All Result