No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ଏନ୍.ଏ.ଏସି ଅନ୍ତର୍ଗତ ଶିଶୁଆ ଗ୍ରାମସ୍ଥ ଜଗନ୍ନାଥ ମନ୍ଦିର ପରିସରରେ ଶିଶୁଆ ଯୁବକ ସଂଘ ଓ ଆଦର୍ଶ ଯୁବପରିଷଦ ଆନୁକୁଲ୍ୟରେ ରକ୍ତାଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସମାଜସେବୀ ମେଘନାଦ ରାଉତ, ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା,
ପଣ୍ଡିତ ମନୋଜ କୁମାର ରାଉତ, ସମାଜସେବୀ ଅକ୍ଷୟ କୁମାର ସାମଲ, କିଶୋର ରାଉତ, ବିକଳ ମହାପାତ୍ର, ବିପିନି ବେହେରା, ବିମ୍ବାଧର ବାରିକ, ଚିିନ୍ମୟ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଶିବିରକୁ ଉଦ୍ଘାଟନ କରିଥିଲେ । କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାରର ଡାକ୍ତର କିଶୋର ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଭାଗ୍ୟଧର ସାହୁ, ରଞ୍ଜନ ଦାସ, ପ୍ରଶାନ୍ତ ବାରିକ ଓ ସଂଜରୟ ପାତ୍ର ପ୍ରମୁଖ ଯୋଗଦାନ କରି ୨୨ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।

No Result
View All Result