୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଏକ ଭାବବିହୋଳ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବାଙ୍କୀର ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ସମ୍ପ୍ରତି ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହେଉଥିବାରୁ ଏବଂ ରସାୟନ ବିଭାଗ ବିଭାଗର ବରିଷ୍ଠ ପରୀକ୍ଷାଗାର ସହାୟକ କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ଆନୁଷ୍ଠାନିକ ଭାବେ ଉପଢ଼ୌକନ ,ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉକ୍ତ ଉତ୍ସବରେ ରସାୟନ ବିଭାଗ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ସଭାପତିତ୍ୱ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ଓ ରସାୟନ ବିଭାଗର ଶ୍ରୀ ସ୍ୱାଇଁଙ୍କର କଲେଜ ପ୍ରତି ଥିବା ସେମାନଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।
ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଯୋଗଦାନ କରି କଲେଜର ବିଭିନ୍ନ କାର୍ଯ୍ୟକ୍ରମରେ କଲେଜ କର୍ତ୍ତୁପକ୍ଷ ସାମିଲ୍ କରିଥିବାରୁ ପ୍ରଶଂସା କରିଥିଲେ । ବିଶିଷ୍ଟ ଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ଦୁଇ ମହାନ୍ ବ୍ୟକ୍ତିଙ୍କ ବିକ୍ତିତ୍ୱ ଓ କର୍ମଦକ୍ଷତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଡକ୍ଟର ଶଶିଭୂଷଣ ମହାପାତ୍ର,
ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ପୂର୍ବତନ ବିଭାଗୀୟ ମୁଖ୍ୟା ଡକ୍ଟର ନିବାସିନୀ ପଣ୍ଡା, ଅଧ୍ୟାପିକା ଶିଳ୍ପା ପଟ୍ଟନାୟକ , ଅଧ୍ୟାପିକା ସୁଦିକ୍ଷା ଲେଙ୍କା , ଅଧ୍ୟାପିକା ଶୁଭଶ୍ରୀ ଦାସ, ଅଧ୍ୟାପିକା ବିନୋଦିନୀ ପଣ୍ଡା ପ୍ରମୁଖ ଯୋଗଦାନ କରି ଦୁଇ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଓ କିଶୋର ଚନ୍ଦ୍ର ସ୍ୱାଇଁର ସେମାନଙ୍କର ବକ୍ତବ୍ୟରେ ସମସ୍ତଙ୍କର ଶୁଭକାମନା କରିଥିଲେ । ପାଠଚକ୍ର ସଂପାଦିକା ସୁଶ୍ରୀତା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପଦାରବିନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।














