ବିପନ୍ନଙ୍କ ସ୍ଥିତି ପରଖେିଲେ ରାଜନେତା ଓ ସମାଜସେବୀ ୩ଟି ବୋଟ ଓ ଗୋଟିଏ ଓଡ୍ରାଫଟିମ ହୋଇଛି ନିୟୋଜନ,ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଂଟନ

ଓଡିଶା ତାଜା ନ୍ୟୁଜ୍ (୨୭ ଅଗଷ୍ଟ ଗୁରୁବାର) ଯାଜପୁର :- ଦୀର୍ଘ ୫ଦିନ ଧରି ଲାଗିରହିଛି ଲଗାଣ ବାର୍ଷା । ଏଥିଯୋଗୁ ଖରସ୍ରୋତା ନଦୀ କୂଳଲଙ୍ଘିଥିଲା ବେଳେ ବୈତରଣୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଖବର ଲେଖା ହେବା ବେଳକୁ ବନ୍ୟାଜଳ ବିପଦ ସଙ୍କତ ଊର୍ଦ୍ଧ୍ୱରେ୧୮.୯୫ମିଟରେ ପ୍ରବାହିତ ହେଉଛି । ଫଳରେ ନଦୀ ଦ୍ୱୟର ବନ୍ୟାରେ କୋରାଇ ବ୍ଲକର ୧୦ଟି ପଂଚାୟତରୁ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଗାଁ ପାଣି ଘେରରେ ରହିଛି । ପ୍ରଶାସନର ସୂଚନା ଅନୁଯାୟୀ ଗର୍ଭବତୀ ମଳିହା, ଶିଶୁଙ୍କ ସମେତ ଗୃହପାଳିତ ପୁଶୁଙ୍କୁ ଉଚ୍ଛା ନିରାପଦ ସ୍ଥାନକୁ ନିଆଯାଇଛି ।

ନଦୀ ପଠା ଅଂଚଳୟ ସମସ୍ତ ସ୍କୁଲ ଗୃହ ଖୋଲାକରି ବନ୍ୟା ବିପନ୍ନଙ୍କୁ ଆଶ୍ରୟ ଦିଆଯାଇଛି । ରାତି ତମାମ ବର୍ଷ ଲାଗି ରହିବାରୁ ବନ୍ୟା ବିତ୍ପାତ ଅଧିକ ହୋଇଥିଲା ବେଳେ ଆଜି ଦିନରେ ବର୍ଷାର ପ୍ରକୋପ କମିଯାଇଛି । ଏହି ନଦୀ କୂଳରେ ଅବସ୍ଥିତ କୋରାଇ ବ୍ଲକର ମକୁନ୍ଦପୁର ପଂଚାୟତର ମଥୁରାପୁର, ମକୁନ୍ଦପୁର, ନିସଙ୍ଗପୁର, ଜଳପତିପୁର, ଓଷଳା, ଜାଗୁଳେଇଗଡିଆ, ବିରୁଡି ଓ ସୋଲପଟା, ବନ୍ଦାଳୋ ପଂଚାୟତର ଘନଶ୍ୟାମପୁର ଶାସନ, ହନୁମାନ ପାଟଣା. ସୁନ୍ଦରପୁର, ଦୁଲାଖାପାଟଣା, ଜମୁନାପାଟଣା, ରାଉତପଡ଼ା, ଗମ୍ଭାରିଆ, ବାଲିଆପାଳ ଓ ଗୋରଖପୁର, ଅସନଝର ପଂଚାୟତର ରଘୁପର, ରାମକୃଷ୍ଣପୁର, ବେଲଦା ଓ ଅସନଝର, ରଣପୁର ପଂଚାୟତର ସାଆଁଳା, ରଣପୁର, ମୋହୁଲିଆ, ସାମପୁର ଓ ଚିଙ୍ଗୁଡିପୁର, ଗୌରପୁର ପଂଚାୟତର ତୁଳସିପୁର, ଗୌରପୁର, ନୟାହାଟପାଟଣା, ସାହାସପୁର, ମଙ୍ଗଳପୁର ଓ ଇଛାପୁର(ଆଂଶିକ), କରଦା ପଂଚାୟତର ରାଣିଗୋଡା, କରଦା ଓ ଭକଣ୍ଡାରୀ(ଆଂଶିକ), ମୂଳାପାଳ ପଂଚାୟତର ଶାଳବା ଗାଁ ପ୍ରଭୁତି ବନ୍ୟାଜଳରେ ଜଳପ୍ଲବିତ ହୋଇଛି ।
ଏହି ଦନୀ ଜଳ ପ୍ରବାଭରେ ଅମୃତିଆ, ବରୁଣ୍ଡାଇ, ପାଣିକୋଇଲି ଆଦି ପଂଚାୟତର କେତେକ ଗାଁ ମଧ୍ୟ ପ୍ରଭାବିତ ହୋଇଛି । ବନ୍ୟା ଜଳ ବିତ୍ପାତ ହେବା ଫଳରେ ଘରଦ୍ୱାର, ରାସ୍ତାଘାଟ, ଚାଷଜମି ଜଳବନ୍ଦିରେ ରହିଛି । ଏଥିରେ ବହୁ କ୍ଷୟକ୍ଷତି ସାଧିତ ହେବା ସହ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାପ୍ଲାବିତ ବିପନ୍ନ ଅଂଚଳକୁ ଆଜି ପୂର୍ବାହ୍ଣରେ ଜିଲାପାଳ ରଞ୍ଜନକୁମାର ଦାସ ଯାଇ ପରିସ୍ଥିତ ସଂପର୍କରେ ଅନୁଧ୍ୟାନ କରିଥିଲା ବେଳେ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା, ଡିଆଇପିଆରଓ ସନ୍ତୋଷକୁମାର ସେଠୀ, ତହସିଲଦାର ଶରତକୁମାର ମହାପାତ୍ର, ଏବିଡିଓ ଜ୍ଞାନେନ୍ଦ୍ର ନାୟକ, ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତକୁମାର ନାୟକ, କୋରାଇ ଥାନାଅଧିକାରୀ ରଞ୍ଜିତ ମହାନ୍ତଙ୍କ ସମେତ ସମସ୍ତ ପିଓ, ଜିଆରଏସ ସାମିଲ ହୋଇଥିଲେ ।

ପ୍ରଶାସନ ପକ୍ଷରୁ ଶାଳବା ଆଦି କେତେକ ବନ୍ୟା ବିପନ୍ନ ଅଂଚଳରେ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା ବେଳେ ବାକିରହିଥିବା ସମସ୍ତ ବିପନ୍ନ ଅଂଚଳରେ ରିଲିଫ ସାମଗ୍ରୀ ପ୍ରଦାନ କରାଯିବ ବୋଲି ବିଡିଓ ଶ୍ରୀମତୀ ସ୍ନିଗ୍ଧା ସୂଚନା ଦେଇଛନ୍ତି । ବିପନ୍ନଙ୍କ ସାହାଯ୍ୟ ପାଇ ୩ଟି ବୋଟ କାର୍ଯ୍ୟକ୍ଷମ କରାଯାଇଥିଲା ବେଳେ ଗୋଟିଏ ଓଡ୍ରଫଟିମ ମଧ୍ୟ ନଦୀପଠାରେ ସଜାଗ ରହିଛନ୍ତି । ଏଥିସହିତ ବନ୍ୟାବିପନ୍ନ ଅଂଚଳରେ ବିଜେପି ନେତା ବିଶ୍ୱଜିତ ନାୟକ, ଯୁବନେତା ପ୍ରକାଶ ଧଳ, ବରୁଣ୍ଡାଇ ସମିତିସଭ୍ୟା ଜୟନ୍ତୀ ସାହୁ, ଯୁବନେତା ବିକ୍ରମ ବିଶ୍ୱାଳ, ଶଶିଭୁଷଣ ସେନାପତି, ବିଦ୍ୟାଧର ସାହୁ, ଉଦୟକୁମାର ପରିଡା ପ୍ରମୁଖ କର୍ମୀମାନେ ପହଂଚି ସ୍ଥିତି ପରିଦର୍ଶନ କରିଥିଲା ବେଳେ କଂଗ୍ରେସର ବରିଷ୍ଠ ନେତା ହରେକୃଷ୍ଣ ସାହୁ, ବିଜେଡିର ବରିଷ୍ଠନେତା ତଥା ପୂର୍ବତ ବ୍ଲକ ଅଧ୍ୟକ୍ଷ ଭିକାରୀ ବରାଳ, ବରୁଣ୍ଡାଇ ସରପଂଚ ସୌଭାଗ୍ୟକୁମାର ମହାନ୍ତି ପ୍ରମୁଖ କର୍ମୀ ଓ କର୍ମକର୍ତା, ସ୍ୱେଛାସେବୀ ଅନୁଷ୍ଠାନର ସଦସ୍ୟମାନେ ବନ୍ୟାଂଚଳ ବୁଲି ବିପନ୍ନଙ୍କ ସ୍ଥିତି ପରଖିଥିଲେ ।
ସେହିପରି କୋରାଇର ଦକ୍ଷିଣରେ ପ୍ରବାହିତ ଖରସ୍ରୋତା ନଦୀରେ ମଧ୍ୟ ବନ୍ୟା ଆସି କୂଳଲଙ୍ଘନ କରିଛି । ଏହିନଦୀ କୂଳରେଥିବା କୋରାଇ ବ୍ଲକର ତଣ୍ଡରା ପଂଚାୟତର ବରେଇ, ତଣ୍ଡରା, (ଆଂଶିକ), ଫିରୋଜାବାଦ, ବଡବିରୁଆଁ ପଂଚାୟତର ବନମାଳିପୁର, କୈବର୍ତସାହି ପ୍ରଭାବିତ ହୋଇଥିଲା ବେଳେ ଗୋଲେଇପୁର ଓ ଖମଣ ଆଦି ପଂଚାୟତ କେତେକ ଗାଁ ଆଂଶିକ ପ୍ରଭାବିତ ହୋଇଛନ୍ତି । ଏହି ଦୁଇ ନଦୀର ଅବବାହିକାରେ ଅବସ୍ଥିତ ୧୦ପଂଚାୟତ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଗାଁ ପ୍ରଭାବିତ ହୋଇଥିଲା ବେଳେ ୪ପଂଚାୟତ ଆଂଶିକ ପ୍ରଭାବତି ହୋଇଛି । ଆଜି ରାତି ସୁଦ୍ଧା ବର୍ଷ ଲାଗିରହିଲେ ବନ୍ୟା ଭୟଙ୍କର ଆକାର ଧାରଣକରିବା ଆଶଙ୍କା ସୃଷ୍ଟି ହୋଇଛି । (କୋରାଇରୁ/ରଶ୍ମିରେଖା ମଲ୍ଲିକଙ୍କ,ରିପୋର୍ଟ )


















