ଓଡିଶା ତାଜା ନ୍ୟୁଜ୍ (୨୭ ଅଗଷ୍ଟ ଗୁରୁବାର) ଯାଜପୁର ଜିଲ୍ଲା :– ଦତ୍ତପୁର,ଯାଜପୁର ଜିଲ୍ଲାରେ ନଦୀ ବନ୍ୟାଜଳ ସୀମା ଲଂଘି ଗାଁ ଭିତରେ ପସିଛି । ବନ୍ୟାଜଳ ସହ ଏକ କୁମ୍ଭୀର ମଧ୍ୟ ଭାସି ଆସିଛି । ଗାଁ ଦାଣ୍ଡରେ କୁମ୍ଭୀରକୁ ଦେଖି ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି । ଯାଜପୁରର ଦତ୍ତପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟାଜଳ ଗାଁ ମଧ୍ୟରେ ପ୍ରବେଶ କରୁଛି ।
ତେବେ କୁମ୍ଭୀରଟି ଗ୍ରାମ ମଧ୍ୟରେ ପ୍ରବେଶ କରିବା ଗାଁ ଲୋକେ ଏହାକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ ।ଜଳସ୍ତର କମ୍ ଥିବା ହେତୁ କୁମ୍ଭୀରଟି ଅଧିକ ବେଗରେ ଗତୀଶଳ ହୋଇ ପାରୁନଥିଲେ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ କୁମ୍ଭୀରକୁ ନେଇ ଆତଙ୍କ କମିନଥିଲା । ଲୋକେ ଯଥେଷ୍ଟ ସଚେତନତା ସହ କୁମ୍ଭୀରଠାରୁ ଦୂରେଇ ରହିଥିଲେ । ଏହାର କିଛି ସମୟ ପରେ କୁମ୍ଭୀରଟି ଗାଁ ଦାଣ୍ଡରେ ଦେଖିବାକୁ ମିଳିନଥିଲା । କୁମ୍ଭୀର ନଦୀ ମଧ୍ୟକୁ ଚାଲି ଯାଇଥିବା ଅନୁମାନ କରାଯାଉଛି । (ଦୀପ୍ତିମାନ ପତି /ଯାଜପୁର ) ଦତ୍ତପୁର