No Result
View All Result
୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ନିର୍ବାଚନମଣ୍ଡଳୀର ଆଞ୍ଚଳିକ ବରିଷ୍ଠ ନାଗରିକ ସଂଘର ଏକ ବୈଠକ ଥୋରିଆ ପାଟଣା ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ସଂଘର ସଭାପତି ସୁନୀଲ୍ ସିଂହ ସଭାପତିତ୍ୱ କରିଥିଲେ । ବରିଷ୍ଠ ନାଗରିକମାନଙ୍କର ସମସ୍ୟା ଏବଂ ପରିଚାଳନା କମିଟି ଉପରେ ଆଲୋଚନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅତିଥି ଭାବେ କଟକ ବରିଷ୍ଠ ନାଗରିକ ସଂଘର ସଭାପତି ଡାକ୍ତର କୃପାସିନ୍ଧୁ ପଣ୍ଡା ଯୋଗଦାନ କରି ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ନପୂର୍ଣ୍ଣା ଦାସ, ପୂର୍ଣ୍ଣଚନ୍ଦ୍ର ପରିଡା, ରାମଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ମଲ୍ଲିକ, ନାରାୟଣ ପଣ୍ଡା, ବସନ୍ତ ନାୟକ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

No Result
View All Result