ଓଡିଶା ତାଜା ନ୍ୟୁଜ୍ (୨୭ ଅଗଷ୍ଟ ଗୁରୁବାର) ବରଗଡ଼ : – ବରଗଡ଼ ଗତ ୩ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ତିନି ଦିନ ମଧ୍ୟରେ ଜିଲ୍ଲାରେ ୩୮୨୮.୦ ମିସ. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ଜିଲ୍ଲା ର ଗାଁ କୁ ସହର ଯାଏ ଜଳାର୍ଣ୍ଣବ ହୋଇପଡିଛି ।
ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ଜୀରା,ଦନ୍ତା,ଅଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ କୂଳରେ ଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ସହରାଞ୍ଚଳ ରେ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଘର ଗୁଡ଼ିକ ଭିତରେ ପଶି ଯାଇଛି । ଅତାବିରା, ବରପାଲି, ଭେଡେନ ବ୍ଲକରେ ନାଳ ଗୁଡିକରେ ବନ୍ୟା ପ୍ରବାହିତ ଜଳ ଯୋଗୁ ସଦର ମହକୁମା ଠାରୁ ଯୋଗା ବିଛିନ୍ନ ହୋଇଯାଇଛି ।
ବିଜେପୁର ବ୍ଲକ ର ସାଧୁପାଲିରେ ଏବଂ ଗାଇସିଲେଟ ବ୍ଲକରେ ଘର ରହି ପଡ଼ିଛି। ହେଲେ ଜୀବନ ହାନି ହୋଇନଥିବା ଜଣାପଡିଛି। ସ୍ଥାନୀୟ ସରପଞ୍ଚ ତଥା ପ୍ରଶାସନ ପକ୍ଷରୁ ଘର ହରାଇଥିବା ପରିବାରଙ୍କୁ ନିକଟସ୍ଥ ସ୍କୁଲ ଓ ପଞ୍ଚାୟତ ଅଫିସ ରେ ଥଇଥାନ କରାଯିବା ସହ ଖାଇବା ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ୨୪ ମଧ୍ୟରେ ପୁଣି ପ୍ରବଳ ହେବାର ସୂଚନା ଥିବାରୁ ବ୍ଲକ ପଦାଧିକାରୀ ମାନଙ୍କୁ ସତର୍କ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। (ସତ୍ୟ ନାରାୟଣ ପ୍ରଧାନ /ବରଗଡ଼)