No Result
View All Result
୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ମଣିପୁର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁଁ ଏକାଧିକ ଲୋକଙ୍କ ଘରର ଛପର ଉଡିବା ସହ ଆଜବେଷ୍ଟସ ଉଡି ଭାଙ୍ଗି ନଷ୍ଟ ହୋଇଛି ।
ସୂଚନା ଯେ ପ୍ରତିଦିନ ଭଳି ଲୋକମାନେ ରାତିରେ ଖାଇ ପିଇ ଶୋଇପଡ଼ିଥିଲେ । ହଠାତ ବିଳମ୍ବିତ ରାତିରେ କେହି କିଛି ବୁଝିବା ଆଗରୁ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଥିଲା । ଫଳରେ ଉକ୍ତ ଗ୍ରାମର ମାଙ୍ଗେରା ପ୍ରଧାନ , ରୁପେନ୍ଦ୍ର ପ୍ରଧାନ , ସୁକିରାମ ପ୍ରଧାନ , ପପୁ ପ୍ରଧାନ ,
ଦିବ୍ୟାଙ୍ଗ ବ୍ୟକ୍ତି ରାଧାନାଥ ପ୍ରଧାନଙ୍କ ଘରର ଛପର ଉଡିବା ସହ ବର୍ଷା କାରଣରୁ ଘରର ଅନେକ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି । ସେମାନେ ଏବେ ବେସାହାରା ହୋଇ ରହିଛନ୍ତି । ଏଣୁ ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।


No Result
View All Result