No Result
View All Result
୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସେଲ୍ଫ୍ ଫାଇନାନ୍ସ୍ ବିଭାଗ ଆନୁକୁଲ୍ୟରେ ଆଜି ‘କର୍ପୋରେଟ୍ ଓ ବିଜିନେସ୍’ ଉପରେ ଏକ ଆଞ୍ଚଳିକ ସେମିନାର ଅନୁଷ୍ଠିତ ହୋଇଯାଇଛି । ସେଲ୍ଫ୍ ଫାଇନାନ୍ସ୍ ବିଭାଗର ସଂଯୋଜକ ଅଧ୍ୟାପକ ଆଶିଷ କୁମାର ପାଢୀ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ଉକ୍ତ ବିଷୟ ସଂପର୍କରେ ଛାତ୍ରଛାତ୍ରୀମାନେ ଅବଗତ ହେଲେ ସେମାନଙ୍କର ବାଣିଜ୍ୟ, ଅର୍ଥନୀତି ଓ ସ୍ୱରୋଜଗାର ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି କୃତିମ ବୁଦ୍ଧିମତା ଓ ଦକ୍ଷତା ବିକାଶ ଉପରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଦି ବିଜିନେସ୍ ସ୍କୁଲ ଖୋର୍ଦ୍ଧାର ଅର୍ଥନୀତି ବିଭାଗର ପ୍ରଫେସର ସ୍ମୃତିରଞ୍ଜନ ସାହୁ ଯୋଗଦାନ କରି କର୍ପରେଟ୍ ସେକ୍ଟରରେ କିପରି ଛାତ୍ରଛାତ୍ରୀମାନେ ଚାକିରି ପାଇପାରିବେ, ବାଣିଜ୍ୟ କାରବାର, ଅର୍ଥନୀତିକୁ ସୁଦୃଢ଼ କରିବା ଓ ବଜାରର ନିୟନ୍ତ୍ରଣ ଉପରେ ବହୁ ଉଦାହରଣ କମ୍ପ୍ୟୁଟର ମାଧ୍ୟମରେ ତଥ୍ୟ ପ୍ରକାଶ କରିଥିଲେ ।
ଛାତ୍ରଛାତ୍ରୀମାନେ ସରକାରୀ ଚାକିରି ପଛରେ ନଗୋଡାଇ ନିଜକୁ ବିଜିନେସ୍ କିପରି କରିପାରିବେ ସେ ସଂପର୍କରେ ଶ୍ରୀ ସାହୁ ଆଲୋକପାତ କରିପାରିବେ । ଅନ୍ୟତମ ସମ୍ମାନିତ ଅତିଥି ଅଧ୍ୟାପକ ଶ୍ୟାମଲାଲ୍ ଭୋଏ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଉପରେ ଆଲୋକପାତ କରିଥିଲେ । ସେଲ୍ଫ୍ ଫାଇନାନ୍ସ ବିଭାଗର ସହ ସଂଯୋଜକ ଭୂପତି ଭୂଷଣ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଜ୍ଞାନଦା ରଣା ଓ ଅଧ୍ୟାପିକା ସିନ୍ଧୁବଳା ପଣ୍ଡା ପରିଚାଳନା କରିଥିଲେ ।

No Result
View All Result