No Result
View All Result
୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଗ୍ରାମୀଣ ଓଡ଼ିଶାର ଜୀବନ ଧାରଣର ମାନବୃଦ୍ଧି, ଅର୍ଥନୈତିକ ଅଭିବୃଦ୍ଧି, ଗ୍ରାମାଞ୍ଚଳର ଭିତ୍ତିଭୂମି ଓ ସାମଗ୍ରିକ ବିକାଶ ତ୍ୱରାନ୍ୱିତ କରିବା ପାଇଁ ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା। ଯୋଜନାରେ ବହୁମୁଖୀ ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ପାଇଁ ଗୁରୁତ୍ବ ପ୍ରଦାନ କରାଯାଇଛି। ମୁଖ୍ୟତଃ କୃଷି, ଆନୁଷଙ୍ଗିକ କୃଷି, ଗ୍ରାମ୍ୟ ରାସ୍ତା, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ଘାଟ, ବଜାର, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗି, ସାଂସ୍କୃତିକ କେନ୍ଦ୍ର, ଜଳ ଯୋଗାଣ,ସ୍ୱଚ୍ଚ ଭାରତ ମିଶନ, କ୍ରୀଡ଼ା,
କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀ ସହ ଅନ୍ୟାନ୍ୟ ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଛି। ପାଞ୍ଚ ବର୍ଷ ପାଇଁ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ନିମନ୍ତେ ଗ୍ରାମସଭା ମାଧ୍ୟମରେ ତାଲିକା ପ୍ରସ୍ତୁତ କରିବା ପାଇଁ ମାର୍ଗଦର୍ଶିକା ଜାରୀ ରହିଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓଙ୍କ ସଂଯୋଜନାରେ ପଞ୍ଚାୟତ ସ୍ତରରେ ବୁଧବାର ଗ୍ରାମସଭା ଆୟୋଜନ କରାଯାଇ ବହୁ ଉନ୍ନୟନ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଇଥିଲା । ରାଳବ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଗ୍ରାମସଭାରେ ସରପଞ୍ଚ ରଶ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ।
ପଲ୍ଲୀସଭାରେ କୃଷକ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଗନ୍ତାୟତ ଦଳାଇ,କାଳୀ ଦଳାଇ,ଏଡି ଇଓ ଗଜେନ୍ଦ୍ର ଗୌଡ଼,ୱାର୍ଡ଼ ସଭ୍ୟ,ସଭ୍ୟା, ଅଙ୍ଗନବାଡ଼ି ,ଶିକ୍ଷକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରାଳବ ପଞ୍ଚାୟତର ବହୁମୁଖୀ ବିକାଶ ମୂଳକ ପ୍ରକଳ୍ପ ପାଇଁ ୫ ବର୍ଷ ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲା । ଅନୁରୂପ ଭାବେ ପୁଟିଆ ପଦର ପଞ୍ଚାୟତରେ ନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀ, ଖରିଡାରେ ନିର୍ବାହୀ ଅଧିକାରୀ ଶଙ୍କର ମହାନ୍ତି,ସାରୁରେ ବୈଷ୍ଣବ ମଣ୍ଡଳ, କଞ୍ଚୁରୁରେ ପ୍ରତାପ ସାହୁ ପ୍ରମୁଖ ନିର୍ବାହୀ ଅଧିକାରୀ ଗ୍ରାମସଭା ଆୟୋଜନ କରି ପ୍ରକଳ୍ପ ତାଲିକା ପ୍ରସ୍ତୁତ କରିଥିଲେ ।

No Result
View All Result