ଓଡିଶା ତାଜା ନ୍ୟୁଜ୍ (୨୭ ଅଗଷ୍ଟ ଗୁରୁବାର) ବସ୍ତା : – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟାର ରୂପ ନେଇଛି । ନଦୀର ମଥାନୀ ଠାରେ ବିପଦ ସଂକେତ ୫ଦଶମିକ୫୦ ମିଟରରେ ଥିବାବେଳେ ବର୍ତମାନ ଏହା ୬ଦଶମିକ୪୨ ମିଟରରେ ପ୍ରବାହିତ ହେଉଛି । ନଦୀର ଉପର ମୁଣ୍ଡ ମୟୁରଭଂଜ ଜିଲ୍ଲା, ରାସଗୋବିନ୍ଦପୁର, ମୋରଡ଼ା, ଚିତ୍ରଡ଼ା, ସୁଳିଆପଦା ଅଂଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନଦୀ କୂଳିଆ ଅଂଳରେ ଚାଷଜମି ଗୁଡ଼ିକରେ ପାଣି ପଶିଯାଇଛି ।
କଟିପୋଲ ସାନଖୁଡ଼ି ରାସ୍ତା ଉପରେ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି l ଲଗାଣ ବର୍ଷାରେ ଉତ୍ତର ଓଡିଶା ଉବୁଟୁବୁ । ବନ୍ୟା ପାଣି ବଢୁଥିବାରୁ ବିଭିନ୍ନ ଅଂଚଳ ଯୋଗାଯୋଗର ବିଚ୍ଛିନ୍ନ ହୋଇଛି । ଗତ ୩ଦିନ ଧରି ବସ୍ତା ଅଂଚଳରେ ପ୍ରବଳ ବର୍ଷା ଲାଗି ରହିବା ନଦୀର ଉପର ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଛି । ବସ୍ତା ବ୍ଲକର ୭ଟି ପଂଚାୟତ ଓ ସଦର ବ୍ଲକର ୨ଟି ପଂଚାୟତ ପ୍ରଭାବିତ ହୋଇଛି । (ଦୀପ୍ତିମାନ ପତି /ବାଲେଶ୍ୱର )