No Result
View All Result
୧୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ପରାଧୀନ ଭାରତ ବର୍ଷକୁ ସ୍ୱାଧୀନ କରିବା ପାଇଁ ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନେ ଜୀବନକୁ ବଳିଦେଇ ଥିଲେ ସେ ସଦା ସର୍ବଦା ଆମର ସ୍ମରଣୀୟ ଉକ୍ତ ସ୍ୱାଧୀନତା ସଂଗ୍ରାମରେ ବିରିଡି ବ୍ଲକ ବାଗଲପୁର ଗ୍ରାମର ଗୌରାଙ୍ଗ ଚରଣ ଦାସ ଏବଂ ତାଙ୍କ ସୁପୁତ୍ର ଶଶୀଭୁଷଣ ଦାସ ଦେଶପାଇଁ ଅବିସ୍ମରଣୀୟ ହୋଇ ରହିଛନ୍ତି l ତାଙ୍କର ଜୀବନ ଦର୍ଶନରେ ଆମ୍ଭେ ମାନେ ଅନୁପ୍ରାଣିତ ହୋଇ ସମାଜ ପାଇଁ କିଛି କରିପାରିଲେ ତାହା ହେବ ସେମାନଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି ବୋଲି ବୁଧବାର ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି l
ବାଗଲପୁର ଯୁବକ ସଙ୍ଘ ଓ ବୀଣାପାଣି ସାହିତ୍ୟ ପରିଷଦ ଅଲାଣ୍ଡ ଙ୍କ ମିଳିତ ଆନୁକୂଲ୍ୟରେ ସଂଗ୍ରାମୀ ତୀର୍ଥ ବାଗଲପୁର ଠାରେ ଅନୁଷ୍ଠିତ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗୌରାଙ୍ଗ ଚରଣ ଦାସ ଓ ତାଙ୍କ ସୁପୁତ୍ର ସ୍ବର୍ଗତ ଶଶୀଭୁଷଣ ଦାସ ଙ୍କ ସ୍ମୃତି ସଭାରେ ଯୋଗ ଦେଇ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l ଶିଖ୍ୟା ବିତ ନିକୁଞ୍ଜ ବିହାରୀ ଭଞ୍ଜ ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିତି ଭାବେ ସାମାଜିକ କର୍ମୀ ଶ୍ୟାମସୁନ୍ଦର ପାଇକରାୟ, ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ଅରୁଣ କୁମାର ଦାସ,
ସମ୍ମାନିତ ଅତିଥି ଭାବେ କବି ବାମଦେବ ସ୍ୱାଇଁ, କବି ପିତାମ୍ବର ମହାପାତ୍ର, ପ୍ରଧାନ ଶିକ୍ଷକ ଅତୁଲ ବିକ୍ରମ ପ୍ରଧାନ, କମ୍ରେଡ ସିଦ୍ଧାର୍ଥ ରଥ, ବନମାଳୀ ବେହେରା, ଅଧ୍ୟାପିକା ଭାରତୀ ବେହେରା, ଏବିଇଓ ପ୍ରକାଶ ରଞ୍ଜନ ଦାଶ, ସରପଞ୍ଚ ତରୁଣ କୁମାର ଦାସ ଯୋଗଦେଇ ଉପରୋକ୍ତ ମତ ଦେଇଥିଲେ l ସଭାରେ ଅତିଥି ପରିଚୟ ସ୍ୱାଗତ ଭାଷଣ ଦେଇଥିଲେ କମେରେଡ ନାରାୟଣ ଭୋଳ l
ଏହି ପରିପ୍ରେକ୍ଷୀ୍ରେ କବୟିତ୍ରୀ ପ୍ରିୟତମା ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି କବୟିତ୍ରୀ ଯୋଗଦେଇ ସଂଗ୍ରାମୀଙ୍କ ଉଦେଶ୍ୟରେ କବିତା ଆବୃତ୍ତି କରିଥିଲେ l ଅନୁଷ୍ଠାନ ପକ୍ଷରୁ କବି କବୟିତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ ଓ କିଛି ଛାତ୍ରୀ ସଂଗ୍ରାମୀଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ଶିବ ପ୍ରସାଦ ଦାସ ଧନ୍ୟ ବାଦ ଦେଇଥିଲେ l

No Result
View All Result