୧୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦିଲ୍ଲୀ :- ଶାଲିମାରବାଗ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ରେଖା । ଦିଲ୍ଲୀ ରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ରୂପେ ରେଖା ଶପଥ ନେବେ । ରେଖାଙ୍କ ପୂର୍ବରୁ ସୁଷମା ସ୍ବରାଜ ବିଜେପି ରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ଆସନ୍ତା କାଲି ଅପରାହ୍ନ ୧୨ ଟାରେ ହେବ ।

ତେଣୁ ସୁରକ୍ଷା ବ୍ୟବସ୍ଥା କାରଣରୁ ୧୧ ଟା ପୂର୍ବରୁ ନିଜ ନିଜ ସ୍ଥାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଦିଲ୍ଲୀ ବିଧାୟକ ଦଳରେ ନେତା ଚୟନ କରିବା ପାଇଁ ବିଜେପି ଆଜି ସନ୍ଧ୍ୟାରେ ଏକ ବୈଠକ କରିଛି । ଫେବୃଆରୀ ୨୦ରେ ରାମଲୀଳା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ମଧ୍ୟାହ୍ନ ୧୨.୧୫ରେ ଅନୁଷ୍ଠିତ ହେବ ।

ପୂର୍ବରୁ ସମାରୋହର ସମୟ ୨୦ ଫେବୃଆରୀ ଅପରାହ୍ନ ୪.୩୦ ଟା ପାଇଁ ସ୍ଥିର କରାଯାଇଥିଲା, ଯାହାକୁ ସକାଳ ୧୧ ଟାକୁ ପରିବର୍ତ୍ତନ କରାଯାଇଛି । ତେବେ ଶପଥ ଗ୍ରହଣ ସମାରୋହରେ ୫୦ ହଜାରରୁ ଅଧୂକ ଲୋକ ସାମିଲ ହେବେ । ଏହାଛଡା ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ଜେପି ନଡ୍ଡା ଏବଂ ବିଜେପିର ବରିଷ୍ଠ ନେତା ଏବଂ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିପକ୍ଷ ନେତା, ଫିଲ୍ମ ଷ୍ଟାର, ରହିବେ ।