ମନ୍ତ୍ରୀ କେବଳ ମିଛ କହୁଛନ୍ତି । ଦରଦାମ ସେତିକିରେ ସୀମିତ ନୁହେଁ । ଏମିତି କୌଣସି ଜିନିଷ ନାହିଁ ଯାହାର ଦରଦାମ ଉପର ମୁହାଁ ନାହିଁ । ଖାଇବା ତେଲ ଠୁ ନେଇ ଜୋତା ପଲିସ ଯାଏଁ ।

୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ମହଙ୍ଗା ମାଡ଼ରେ ରାଜ୍ୟବାସୀ ହନ୍ତସନ୍ତ। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମୂଲ୍ୟବୃଦ୍ଧି ରୋକିବାରେ ସରକାର ବିଫଳ । ଡବଲ ଇଞ୍ଜିନ ସରକାରରେ ମୁଁ ଭାବିଥିଲି ଗୋଟେ ମିଛ କହିବେ, କିନ୍ତୁ ଏମାନେ ଡବଲ ମିଛ କହୁଛନ୍ତି । ସାଧାରଣରେ ଧାରଣା ଅଛି ଯେ, ଆଳୁ ପିଆଜ ଦର ବଢିଲେ ଯୋଗାଣ ମନ୍ତ୍ରୀ ତଦାରଖ କରିବାକୁ ଯିବେ । ଆଉ ମନ୍ତ୍ରୀ ଗଲେ ଖାଉଟିଙ୍କୁ କମ ଦରରେ ମିଳିବ । ହେଲେ ତାହା ହେଉନାହିଁ ।

ମନ୍ତ୍ରୀ କେବଳ ମିଛ କହୁଛନ୍ତି । ଦରଦାମ ସେତିକିରେ ସୀମିତ ନୁହେଁ । ଏମିତି କୌଣସି ଜିନିଷ ନାହିଁ ଯାହାର ଦରଦାମ ଉପର ମୁହାଁ ନାହିଁ । ଖାଇବା ତେଲ ଠୁ ନେଇ ଜୋତା ପଲିସ ଯାଏଁ । ସବୁର ତଥ୍ୟ ଗୃହରେ ରଖିଲେ । କେବଳ କମିଛି ବ୍ୟାଙ୍କରେ ଟଙ୍କା ରଖିଲେ ଶୁଦ୍ଧ କମିଛି । ନିବେଶରେ ରିଟନ କମିଛି, ଲୋକଙ୍କର ପ୍ରାପ୍ୟ କମିଛି । ଡ଼ଲାର ତୁଳନା ରେ ଟଙ୍କାର ମୂଲ୍ୟ କମିଛି । ଏ ସରକାର ଯେଉଁଭଳି ରଙ୍ଗ ବଦଳାଉଛନ୍ତି ରଙ୍ଗର ମୂଲ୍ୟ ମଧ୍ୟ ବଢିବା ସ୍ଵାଭାବିକ ।

ନିର୍ବାଚନ ସରିବା ପରେ ସରକାର ଯଦି ଅନ୍ଧ ମୁକ ବଧିର ପାଲଟେ, ତେବେ ସାଧାରଣ ଲୋକଙ୍କର କଣ ହେବ ବୋଲି ବିଧାୟକ ଅରୁଣ ସାହୁ ଆଜି ବିଧାନସଭାରେ କଡା ସ୍ୱରରେ କହିଛନ୍ତି । ଏପରିକି ବିଜେପିକୁ ସିଧା ସଳଖ ଟାର୍ଗେଟ କରି ଅରୁଣ କହିଲେ ଯେ ,ବ୍ୟବସାୟୀଙ୍କ କଥା କହିଲେ ଆପଣ ମାନଙ୍କୁ ବାଧିବ। କାହିଁକି ନା ଆପଣ ଆଦାନୀ ଓ ଆମ୍ବନୀଙ୍କ ସହ ଅଛନ୍ତି । ମୁନାଫା ଖୋର୍ ମାନଙ୍କ ସହ ସରକାର ଯେତେବେଳେ ଭାଗୀଦାର ହୁଅନ୍ତି ସେତେବେଳେ ଦରଦାମ ବଢିବା ସ୍ୱାଭାବିକ । କେନ୍ଦ୍ର ସରକାର ଏଥି ପାଇଁ ପ୍ରଥମତ ଦାୟୀ ତା ପରେ ରାଜ୍ୟ ସରକାର । ଆପଣ ଉତ୍ତର ଦେବା ବେଳେ କହୁ କହୁ କିଛି ସତ୍ୟ କହିଦେଇଛନ୍ତି । କର୍ପୋରେଟ ହାଉସ ମୁନାଫା ପାଇଲେ ରାଜ୍ୟବାସୀ ହନ୍ତସନ୍ତ୍ ହେବେ ।

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଲେ, ହେଡ୍ ସାର୍ ଯେତେବେଳେ ଓଡ଼ିଶା ଆସିଥିଲେ ସେତେବେଳେ କହିଥିଲେ କି ଓଡ଼ିଶାରେ ପରିବର୍ତ୍ତନ କର ଓ ଓଡ଼ିଶାକୁ ଏକ ନମ୍ୱର୍ କର । କିନ୍ତୁ ସବୁଥିରେ ଦରଦାମ ମାଡ଼। ଶୋଇବା ଖାଇବା ପିନ୍ଧିବା ଠୁ ନେଇ ଅନ୍ୟାନ୍ୟ ଦରଦାମ ନ କହିଲେ ଭଲ । ମନ୍ତ୍ରୀ ଏକ ନମ୍ୱର୍ ହାଟକୁ ଗଲେ କିନ୍ତୁ ଅମ୍ବାନୀଙ୍କ ରିଲିଆନ୍ସକୁ ଗଲେ ନି କାହିକିଁ ନା ଲଖମଣ ରେଖା ଟଣା ଯାଇଛି । ଖୁଚୁରା ବ୍ୟବସାୟୀଙ୍କ ଦୋଷ ନାହିଁ । ଝୀଂଟିକା ମାରି ମାରି ବଣୀ ପୋଷିଲେ କିଛି ଲାଭ ନାହିଁ । ବିରୋଧୀ ଦଳ ରେ ବସିଥିବା ବେଳେ କହୁଥିଲ ଭାଟ କମାଅ ଏବେ ତୁମେ ସେପଟେ, କମାଆଉନ। ଅରୁଣ ଆହୁରି କଡା କରି କହିଲେ ଯେ ଏବେ,ତୁମ ନାରା ବର୍ତ୍ତମାନ ସବକା ବିନାଶ ଶବକା ହତାଶ ।