୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ରାଜ୍ୟରେ କାର୍ଯ୍ୟରତ ବୁଣାକାରଙ୍କୁ ସ୍ବାବଲମ୍ବୀ ଓ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସେମାନଙ୍କ ଅଭାବ ଅସୁବିଧାକୁ ଦୃଷ୍ଟି ଦେଇ ବିଭିନ୍ନ ପ୍ରକାର ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଶେରଗଡ଼ ବ୍ଲକ ପିତଳ ଗ୍ରାମରେ ଅବସ୍ଥାପିତ ପିତଳ ତନ୍ତୁବାୟ ସହଯୋଗ ସମିତି ଲିଃ ର ୨୮ଜଣ ବୁଣାକାରଙ୍କୁ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ବୟନ ଜ୍ୟୋତି ଯୋଗାଣ ଓ ୪ ଜଣ ହିତାଧିକାରୀଙ୍କୁ କର୍ମଶାଳା ନିର୍ମାଣ ଯୋଜନାରେ ସାମିଲ କରାଯାଇଛି ।

ମଙ୍ଗଳବାର ସମିତିର ନୂତନ କୋଠା ପରିସରରେ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାର ହିତାଧିକାରୀଙ୍କୁ ବୟନ ଜ୍ୟୋତି ଯୋଗାଣ ଓ କର୍ମଶାଳା ନିର୍ମାଣ କାର୍ଯ୍ୟାଦେଶ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମିତି ସଭାନେତ୍ରୀ କେ.ତେଜେଶ୍ୱରୀ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସ୍ଥିତ ବୟନ ଶିଳ୍ପ ବିଭାଗର ବୟନ ନୀରିକ୍ଷକ ପ୍ରତାପ କୁମାର ପଣ୍ଡିତ, ବୈଷୟିକ ସହାୟକ ଦିଲ୍ଲୀପ ପ୍ରସାଦ ଦାସ, ଯୁବ ସମାଜସେବା ପିଙ୍କୁ ପରିଡ଼ା, ଉପ ସଭାପତି ଟି.ଲିଙ୍ଗରାଜ, ନିର୍ଦ୍ଦେଶକ କେ.ଗଣେଶ, ଜି.ଲିଙ୍ଗରାଜ ଓ ଏ.ମାଲେଶୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଅତିଥି ମାନେ ଉପସ୍ଥିତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ। ବୁଣାକାମ ବେଳେ ବିଜୁଳି ବ୍ୟାହତ ଓ କର୍ମଶାଳା ଅଭାବରୁ ସୃଷ୍ଟି ହେଉଥିବା ଅଭାବ ଜନିତ ପରିସ୍ଥିତିରୁ ଉପକୃତ ହେବା ପାଇଁ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ବୟନ ଜ୍ୟୋତି ଯୋଗାଣ ଓ କର୍ମଶାଳା ନିର୍ମାଣ ଆଦେଶନାମା ପତ୍ର ପାଇ ହିତାଧିକାରୀ ମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ। ଆଗାମୀ ଦିନରେ ପିତଳ ଗ୍ରାମରେ କାର୍ଯ୍ୟରତ ଓ ବୁଣାକାର ଓ ବୁଣା କାର୍ଯ୍ୟରେ ସହଯୋଗ କରୁଥିବା ବୁଣାକାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ ରହିଛି ବୋଲି ସଭାନେତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ ପୁର୍ବରୁ ଏହି ଯୋଜନାରେ ପିତଳ ଗ୍ରାମର କାର୍ଯ୍ୟରତ ୫୭ ଜଣ ବୁଣାକାରଙ୍କୁ ଇନଭେର୍ଟର ପ୍ରଦାନ କରାଯାଇଛି ।