No Result
View All Result

୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ‘ଓଡ଼ିଆ ସମ୍ମାନ’ ବିଭାଗ ପକ୍ଷରୁ ଭିକିପୁର ନିକଟସ୍ଥ ଆକାଶିଆ ଜଙ୍ଗଲ ପରିସରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରୀମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ପ୍ରତିଯୋଗିତାକୁ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ପ୍ରଥମ ବର୍ଷର ୨୬ଜଣ, ଦ୍ଵିତୀୟ ୨୪ ଜଣ ଓ ତୃତୀୟ ବର୍ଷର୨୨ଜଣ ପିଲା ଭାଗନେଇ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ଖେଳକୁ ସାଗରିକା ଜେନା, ସ୍ମୃତିରେଖା ସାହୁ, ତୁଳସୀ ସାମଲ, ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ପ୍ରଜ୍ଞାପରମିତା ପତି, ଭାନୁମତି ମଲ୍ଲିକ, ଶିବାନୀ ସେଠୀ, ଗୀତାଞ୍ଜଳୀ ପତ୍ରୀ,
ଲିଜାରାଣୀ ରଥ, ସିଲି ସେଠୀ ପ୍ରମୁଖ ପରିଚାଳନା କରିଥିଲେ । ଖେଳର ପୁରସ୍କାର ବିତରଣ ସଭା ଓଡ଼ିଆ ବିଭାଗର ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ +୨ର ଗଣିତ ବିଭାଗର ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ,
ସମ୍ମାନତିତ ଅତିଥିଭାବେ ପଦାର୍ଥବିଜ୍ଞାନ ବିଭାଗର ଅଧ୍ୟାପକ ହୃଷିକେଶ ତ୍ରିପାଠୀ, ବିଭାଗୀୟ ଅଧ୍ୟାପକ ମଳୟ କୁମାର ମଲ୍ଲିକ, ଅଧ୍ୟାପିକା ଝୁନୁମଣୀ ଜେନା ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାର ପ୍ରଥମ ବର୍ଷର ଚମ୍ପିଆନ ସାଗରିକା ଜେନା(ଖ), ଦ୍ଵିତୀୟ ବର୍ଷର ଚମ୍ପିଆନ ସ୍ମୃତିସାରିକା ଜେନା ଓ ତୃତୀୟ ବର୍ଷର ଚମ୍ପିଆନ ରାମାରାଣୀ ମଲ୍ଲିକ ପ୍ରମୁଖଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରରିଥିଲେ ।
ଏହି ଅବସରରେ ବିଭାଗୀୟ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଜନ୍ମଦିନକୁ ମଧ୍ୟ ଛାତ୍ରୀ ମାନଙ୍କଦ୍ଵାରା କେକ୍ କାଟି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥିଲା l କାର୍ଯ୍ୟକ୍ରମକୁ ମମତା ପାଢୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ପଣ୍ଡା, ସୋନୀ ସାହୁ, ବର୍ଷାରାଣୀ ଦାସ, ମମତାରାଣୀ ମାଝୀ, ଏଲିକାପ୍ରିୟଦର୍ଶିନୀ ବ୍ରହ୍ମ, ସୋନାଲି ରଣା, ସୁବର୍ଣ୍ଣା ସାହୁ, ମୋନାଲିସା ଗୁରୁ, ମୋନାଲିସା ମଲ୍ଲିକ, ଅଭାମୟୀ ମଲ୍ଲିକ, ପ୍ରିୟଙ୍କା ପ୍ରଦର୍ଶିନୀ ମହାନ୍ତି,
ହରପ୍ରିୟା ଦଳେଇ, କମଳା ସାହୁ, କବିତା ସେଠୀ, ଶୁଭସ୍ମିତା ସାହୁ, ବିଜୟଲକ୍ଷ୍ମୀ ରାଉତ, ଅନିଷାପ୍ରିୟଦର୍ଶିନୀ ରାୟ, ଲକ୍ଷ୍ମୀପ୍ରିୟା ପୃଷ୍ଟି, ମୋନାଲିସା ତରେଇ, ସୋନୀ ସେନାପତି, ବାସନ୍ତୀ ମଣ୍ଡଳ ପ୍ରମୁଖ ପରିଚାଳନାରେ ସହଯୋଗିତା କରିଥିଲେ । ଶେଷରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result