No Result
View All Result
୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :- ଓଡିଶା ସାମ୍ବାଦିକ ସୁରକ୍ଷା ମଞ୍ଚ (OJPC) ଆନୁକୂଲ୍ୟରେ ବୁଲନ ଭାଇ ସେବା ଭବନ ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ବନ୍ଧୁମିଳନ ୨୦୨୫ ମହାଆଡମ୍ବରରେ ପାଳିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ କନ୍ଧମାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ଅଭିଭାଷଣରେ ସାମ୍ବାଦିକଙ୍କ ଦାଇତ୍ୱ, କର୍ତବ୍ୟ ଏବଂ ସାମ୍ପ୍ରତିକ ପରିସ୍ଥିତି ରେ ସମାଜରେ ସାମ୍ବାଦିକଙ୍କର ଅନେକ ପ୍ରଭାବ ଏବଂ ଗଣତନ୍ତ୍ରରେ ଗଣମାଧ୍ୟମ କିପରି ଲୋକଙ୍କ ସ୍ୱର ,
କିପରି ନିର୍ଭିକ ଭାବେ ନିରପେକ୍ଷତାର ସହ ସ୍ୱର ଶାଣିତ କରିପାରିବ ସେ ଉପରେ ଆଲୋକପାତ କରିଥିଲେ, ପରେ ପରେ ସମ୍ମାନିତ ଅତିଥି ନିୟୁଜ ରୁମ ମୁଖ୍ୟ ସମ୍ପାଦକ ମନୋରଞ୍ଜନ ମିଶ୍ର ,ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ରବି ଦାସ, ଓଡିଶା ଟେଲିଭିଜନ (OTV)ବରିଷ୍ଠ ରିପୋର୍ଟର ପ୍ରସନ୍ନଜିତ ରାୟ ସାମ୍ୱାଦିକ ଆଉ ସାମ୍ବାଦିକତାକୁ ବାଖ୍ୟା କରିଥିଲେ,
ବର୍ତ୍ତମାନ ସମୟରେ ଗଣମାଧ୍ୟମର ବ୍ୟାପକତା ଓ ସମ୍ବାଦ କିପରି, କେଉଁ ସମ୍ବାଦ ସମାଜ ଉପଯୋଗୀ ବୁଝାଇଥିଲେ ଏବଂ ଗଣମାଧ୍ୟମ କିପରି ନେତା, ପ୍ରଶାସନ, ମୃଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ନହୋଇ ନିରପେକ୍ଷତା ଗୁଣ ବଢେଇବ ତାହା ପ୍ରକାଶ କରିଥିଲେ,ସାମ୍ବାଦିକଟେ ସମାଜର ପ୍ରତିଟି ସ୍ତରର ଲୋକଙ୍କ ସମସ୍ୟା ଉପରେ ନଜର ରଖି ତାହା ସରକାର, ପ୍ରଶାସନ ପାଖେ କିପରି ପହଞ୍ଚାଇବେ ବୁଝାଇଥିଲେ | ନିଚ୍ଛକ ସତ୍ୟ, ବାସ୍ତବିକ ଘଟଣା ବଳୀ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ l
ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପାର୍ଥି ଶ୍ରୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ସୁବଳ ବେହେରା, ଭୁବନେଶ୍ୱର ଓକିଲ ସଙ୍ଘ ସଭାପତି କୁନ୍ଦନ ରଥ ସାମ୍ବାଦିକ ଙ୍କ ଏକତା ଓ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ l ରାଜ୍ୟର ଅଗ୍ରଣୀ ଖବର ସରବରାହ ସଂସ୍ଥା ଇଲେକ୍ଟ୍ରୋନିକ୍ସ, ମୁଦ୍ରଣ ଓ ଡିଜିଟାଲ ମିଡ଼ିଆ ମାନଙ୍କର ପ୍ରାୟ ୨୦୦ ରୁ ଉର୍ଦ୍ଧ ସାମ୍ୱାଦିକଙ୍କ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ, ଜଣ ଜଣ କରି ସମସ୍ତେ ନିଜ ସାମ୍ବାଦିକତା ଜୀବନର ରୋଚକ ଘଟଣାକୁ ବଖାଣିଥିଲେ,
ଓଡିଶା ରିପୋର୍ଟର (OR) ର ସାମ୍ବାଦିକା ସ୍ଵାତି ଜେନା କିପରି ଲୋୟର ପିଏମଜୀ ରେ ସମସ୍ୟା ବା ଯୋଉଠି ଯେତେବେଳ ଲୋକଙ୍କ ଅସୁବିଧାକୁ ଗୁରୁତ୍ୱ ଦେଇଛନ୍ତି, ଅଶ୍ୱିଳତା ଥିବା ଖବରକୁ କିପରି ସେ ପ୍ରଶୟ ଦେଇନାହାନ୍ତି, ସାମ୍ବାଦିକ କେଉଁ ଗୁଣ ରହିବା ଆବଶ୍ୟକ ତାହା ନିଜ ଅନୁଭୂତି ରୁ ସାଉଁଟି ବଖାଣି ଥିଲେ l ଅନେକ ଆଗଧାଡିର ଏବଂ ସାମ୍ବାଦିକତା କ୍ଷେତ୍ରରେ ପରାକାଷ୍ଠା ଦେଖେଇଥିବା ଖବର ସରବରାହ ସଂସ୍ଥାକୁ, ସାମ୍ବାଦିକଙ୍କୁ, ସମ୍ପାଦକଙ୍କୁ ପ୍ରଶଂସା ପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା,
ସଭାକୁ ସୁନ୍ଦର ଶୈଳୀରେ ପରିଚାଳନା କରୁଥିଲେ ଟାଇମ୍ସ ଓଡ଼ିଆ ମୁଖ୍ୟ ସମ୍ପାଦକ କାଁହୁ ଚରଣ ନାୟକ.ଏହି କାର୍ଯ୍ୟକ୍ରମ ପରିକଳ୍ପନା, ଆୟୋଜନ କରିଥିବା ସମାଜସେବୀ ସିପ୍ରା ହୀରା, ସମାଜସେବୀ ପପୁ ଭାଇ ଆଗାମୀ ଦିନରେ କିପରି ସାମ୍ବାଦିକ ଆହୁରି ସଶକ୍ତ ହୋଇବେ,ଏକତ୍ରିତ ହୋଇବେ ଏବଂ ସରକାରଙ୍କ ତରଫରୁ ଅନେକ ସହାୟତା କିପରି ଆସିପାରିବ ଜଣେଇଥିଲେ, ଏହି କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଲକ୍ଷ୍ମଣ କୁମାର ବେହେରା, ସୋମନାଥ ବେହେରା, ଭାଗ୍ୟଶ୍ରୀ ଦାଶ ସମେତ ଅନେକ ସାମ୍ୱାଦିକ ପରିଚାଳନାରେ ସହଯୋଗ କରିଥିଲେ, ।

No Result
View All Result