୧୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-  ନିଶା ଜୀବନର ବଡ ଶତ୍ରୁ । ନିଶା କବଳିତ ହୋଇ ନିଶାଡି ପରିବାରର ପ୍ରଭୂତ କ୍ଷତି ପହଞ୍ଚାଇ ଥାଏ । ସେହିଭଳି ନିଶାଡିଙ୍କୁ ଚିହ୍ନଟ କରି ନାର୍କୋଟିକ୍ସ ଆନୋନିମୋସ୍ ସାଇଟି ପ୍ରୟାସ ଜାରି ରଖିଛି । ଏ ସମ୍ପର୍କରେ ଆଜି ଗ୍ରାମ ବିକାଶ ଠାରେ Society of Service of Narcotics Anonymous (SOSONA) ଦ୍ବାରା ଆୟୋଜିତ ଏକ ଲୋକ ସମ୍ପର୍କ ସଭା ଆୟୋଜିତ ହୋଇଥିଲା ଏଥିରେ ସୂଚନା ଦେଇ ଏନ୍ ଏ ର ଅଧିକାରୀ ମାନେ କହିଥିଲେ SOSONANA INDIA ନାମରେ ମଧ୍ୟ ଜଣାଶୁଣା ଯାହାର ଭାରତରେ ୨୫୨ ସଂଖ୍ୟାରେ NA Groups ଅଛି ଏବଂ ୪୫୬ ସଂଖ୍ୟାରେ ସାପ୍ତାହିକ ପୁନରୁଦ୍ଧା ସଭା କରନ୍ତି l

NA ଏକ ବହୁଭାଷୀ, ବହୁମୁଖୀ ସ୍ଵୟଂ ସହାୟକ ସଂଗଠନ l ୨୦୨୩ ମସିହାରେ, ୨୫ ଟି ଭାଷା କହୁଥିବା ୧୪୪ ଟି ଦେଶରେ ପ୍ରାୟ ୭୨୨୧୫ ସାପ୍ତାହିକ ସଭା ହେଉଛି l Narcotics Anonymous ପୁସ୍ତକ ଏବଂ ସୂଚନା Pamphlet ୫୭ ଟି ଭାଷାରେ ଉପଲବ୍ଧ l ୧୬ ଟି ଭାଷା ପାଇଁ ଅନୁବାଦ, ପ୍ରକ୍ରିୟାରେ ଅଛି l ଏକ ସଂଗଠନ ଭାବରେ ଆମର ୭୦ ବର୍ଷ ମଧ୍ୟରେ, NA ବିଭିନ୍ନ ଭାଷା, ସାହିତ୍ୟରେ ବିକଶିତ ହୋଇଛି ଏବଂ ଅନୁବାଦ ହୋଇଛି,

ଯାହା ନିଶା ସେବକ ମାନଙ୍କୁ ପୁନରୁଦ୍ଧାର ଏବଂ ନିଶା ମୁକ୍ତ ଜୀବନ ମାଧମରେ ମାର୍ଗଦର୍ଶନ କରିବାରେ ସାହାଯ୍ୟ କରେ l NA ହେଉଛି ଏକ ସଦସ୍ୟ-ଚାଳିତ ସଂଗଠକ ଯାହା ନିୟମିତ ବ୍ୟବଧାନରେ ଆପଣଙ୍କ ସ୍ଥାନୀୟ ଅଞ୍ଚଳ ପରିସର ମଧ୍ୟରେ ପୁନରୁଦ୍ଧାର ନିର୍ମିତ ସଭା କରିଥାଏ l NAର ସଦସ୍ୟତା ପାଇବାକୁ କିଛି ଟଙ୍କା ଦେୟ ଦେବାର ଆବଶ୍ୟକତା ନାହିଁ l ଆମେ ବିଶ୍ବାସ କରୁ ଯେ ନିଶା ସେବନ ଏକ ଗୁରୁତ୍ଵପୂର୍ଣ୍ଣ ଚିନ୍ତାର ବିଷୟ, ଏବଂ ଆମେ ଲୋକମାନଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରିବାକୁ ଏଠାରେ ଅଛୁ ।