୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :- ବିରିଡି ବ୍ଲକ ଅନ୍ତର୍ଗତ ଚେକାମାଳ, ଅଣଖିଆ ଗ୍ରାମର ଆରାଧ୍ୟ ଦେବତା ତ୍ରିନାଥ ମହାପ୍ରଭୁ ଙ୍କ ପ୍ରାଙ୍ଗଣରେ ବିଶ୍ଵଶାନ୍ତି ମହାଜଜ୍ଞ, ଅଷ୍ଟମ ପ୍ରହହର ନାମ ଯଜ୍ଞ ଓ ଶ୍ରୀ ମହାବୀର ହନୁମାନ ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉଚ୍ଛବ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ବାସୀଙ୍କ ସହଯୋଗରେ ବୁଧବାର ଶୁଭ ଅଧିବାସ ଆରମ୍ଭ ହୋଇ ଶନିବାର ପୂର୍ଣ୍ଣାହୁତି ଓ ହନୁମାନ ନୂତନ ବିଗ୍ରହ ପ୍ରତିଷ୍ଠା ଏବଂ ମନ୍ଦିର ପ୍ରତିଷ୍ଠା ଶେଷ ହୋଇଥିଲା l ପଣ୍ଡିତ ମାନଙ୍କ ଦ୍ୱାରା ଘୃତଆହୁତି କରାଯାଇଥିଲା l
















